କେନ୍ଦ୍ର, ରାଜ୍ୟର ଚାଷୀ ଚିନ୍ତା : ପିଏମ୍‌ କିଷାନ ଯୋଜନା ଆରମ୍ଭ, ପ୍ରଥମ କିସ୍ତି ଟଙ୍କା ମିଳିଲା

ଏପ୍ରିଲ ପହିଲାରେ ‘କାଳିଆ’ ଦ୍ବିତୀୟ କିସ୍ତି, ଢ଼େଙ୍କାନାଳରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗୋରଖପୁର : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗୋରଖପୁରଠାରେ ଏହି ଯୋଜନାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। କୋଟିଏରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ଆଜି ଏହି ଯୋଜନାର ପ୍ରଥମ କିସ୍ତି ଅର୍ଥ ବାବଦରେ ୨ ହଜାର ଟଙ୍କା ଲେଖାଏଁ ଜମା କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୧ କୋଟି ୧ ଲକ୍ଷ କୃଷକଙ୍କ ଖାତାକୁ ଆଜି ୨ ହଜାର ଟଙ୍କା ଲେଖାଏଁ ଇଲେ‌କଟ୍ରୋନିକ୍ସ ଉପାୟରେ ଜମା କରାଯାଇଥିବାବେଳେ ଅନ୍ୟ ଯୋଗ୍ୟ କୃଷକମାନଙ୍କୁ ଏହି ଅର୍ଥ ଖୁବ୍‌ଶୀଘ୍ର ମିଳିବ ବୋଲି ମୋଦୀ କହିଛନ୍ତି। କଂଗ୍ରେସ ଦଳକୁ ସମାଲୋଚନା କରିବାକୁ ଯାଇ ମୋଦୀ କହିଛନ୍ତି, ୧୦ ବର୍ଷରେ ଏହି ସରକାର କୃଷକମାନଙ୍କୁ ୫୨ ହଜାର କୋଟି ଟଙ୍କା ଋଣ ଛାଡ଼ କରିଥିବାବେଳେ ଆମେ କୃଷକମାନଙ୍କୁ ବର୍ଷକୁ ୭୫ ହଜାର କୋଟି ଟଙ୍କା ଦେଉଛୁ। ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟକୁ ଦୁଇ ଗୁଣ କରିବା ଲାଗି ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅନ୍ତରୀଣ ବଜେଟରେ କାମଚଳା ଅର୍ଥମନ୍ତ୍ରୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଘୋଷଣା କରିଥିଲେ। ୨ ହେକ୍ଟର ବା ୫ ଏକର ପର୍ଯ୍ୟନ୍ତ ଜମି ଥିବା କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କୁ ସରକାର ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ। ୩ ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ଅର୍ଥ କୃଷକମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହେବ। ଆଜି ପ୍ରଥମ କିସ୍ତିରେ ସରକାର ୨୦୨୧ କୋଟି ଟଙ୍କା କୃଷକମାନଙ୍କୁ ହସ୍ତାନ୍ତର କରିଛନ୍ତି।

ସୂଚନା ମୁତାବକ ମଲ୍ଟି ଟାସ୍କିଂ ଷ୍ଟାଫ/ଚତୁର୍ଥ ଶ୍ରେଣୀ/ଗ୍ରୁପ-ଡି ବର୍ଗର ସରକାରୀ କର୍ମଚାରୀ ଏହି ଯୋଜନାର ଲାଭ ନେଇପାରିବେ। କିନ୍ତୁ ସରକାରୀ କର୍ମଚାରୀ ଓ ଅନ୍ୟ ବ୍ୟକ୍ତି ଯେଉଁମାନେ ଆୟକର ପ୍ରଦାନ କରୁଛନ୍ତି ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ। ସେହିଭଳି ବିଧାୟକ ଏବଂ ମନ୍ତ୍ରୀ, ଡାକ୍ତର, ଇଞ୍ଜିନିଅର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ମାସିକ ୧୦ ହଜାର ଟଙ୍କାରୁ ଅଧିକ ପେନସନ ପାଉଥିବା ବ୍ୟକ୍ତି ଏହି ଯୋଜନାର ଫାଇଦା ପାଇବେ ନାହିଁ। ପ୍ରଥମ ପର୍ଯ୍ୟାୟ ଅର୍ଥ ପ୍ରଦାନ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇ ନଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି।

ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଓଡ଼ିଶା ସରକାର ସେମାନଙ୍କ ରାଜ୍ୟର କୃଷକମାନଙ୍କ ପାଇଁ ଏଭଳି ସିଧାସଳଖ ଅର୍ଥ ହସ୍ତାନ୍ତର ଯୋଜନା କାର୍ଯ୍ୟକାରୀ କରୁଥିବାରୁ ଏସବୁ ରାଜ୍ୟର କୃଷକମାନେ ଦୋହରା ଲାଭ ପାଇବେ।

ଏପ୍ରିଲ ପହିଲାରେ ‘କାଳିଆ’ ଦ୍ବିତୀୟ କିସ୍ତି, ଢ଼େଙ୍କାନାଳରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କାଳିଆ ଯୋଜନାର ଦ୍ବିତୀୟ କିସ୍ତି ସହାୟତା ଆସନ୍ତା ଏପ୍ରିଲ ପହିଲାରେ ମିଳିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିବା ବେଳେ ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ କାର୍ଡ ଖେଳିବାକୁ ଯାଇ ଏମିତି ଘୋଷଣା କରିଛନ୍ତି।

ଆଜି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଚାଷୀଙ୍କୁ ନେଇ ଏକ କୃଷକ ସମାେବଶ ଆେୟାଜନ କରାଯାଇଥିଲା। ଢ଼େଙ୍କାନାଳରେ ଆେୟାଜିତ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ। ବର୍ତମାନ ସୁଦ୍ଧା କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୩୦ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇ ସାରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିେଲ ଯେ କାଳିଆ ଯୋଜନା ରାଜ୍ୟର କୃଷି ଅର୍ଥନୀତିକୁ ମଜବୁତ କରିବ ଓ ଚାଷୀ ପରିବାରର ଭବିଷ୍ୟତ ଉଜ୍ଜ୍ବଳ କରିବ।

ଏହି ଯୋଜନାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକାର ପାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଯୋଜନାରେ ଭାଗଚାଷୀ, ଭୂମିହୀନ ଚାଷୀ ଓ କୃଷି ଶ୍ରମିକଙ୍କୁ ସାମିଲ କରାଯାଇ ନଥିବାରୁ ମୁଖ୍ୟମନ୍ତ୍ରୀ େକ୍ଷାଭ ପ୍ରକାଶ କରିଥିଲେ। ଏହାସହିତ କେନ୍ଦ୍ରୀୟ ଯୋଜନାରେ ଚାଷୀଙ୍କୁ ୬ ହଜାର ପରିବର୍ତେ ୧୦ ହଜାର ଟଙ୍କା ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ସୂଚନାେଯାଗ୍ୟ, ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିବା ସୂଚାଇଥିଲେ।

ସମ୍ବନ୍ଧିତ ଖବର