କାବୁଲ: ଆଫ୍ଗାନିସ୍ତାନର ଉତ୍ତରାଞ୍ଚଳରେ ଆଜି ଏକ ବିଦ୍ୟାଳୟରେ ବୋମା ବିସ୍ଫୋରଣ ଯୋଗୁଁ ୧୦ ଜଣ ଛାତ୍ର ପ୍ରାଣ ହରାଇଛନ୍ତି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଅନେକ ଆହତ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଆଫ୍ଗାନ ଗୃହ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି। ଆୟବକ ସହର ସ୍ଥିତ ଏକ ମଦ୍ରାସାରେ ଏହି ବିସ୍ଫୋରଣ ହୋଇଥିବା ବେଳେ ଏହା ପଛରେ ଆଇଏସ୍ ଆତଙ୍କବାଦୀ ସଂଗଠନର ହାତ ରହିଥିବା ସନ୍ଦେହ କରାଯାଉଛି। ଅଗଷ୍ଟ ୨୦୨୧ରେ ତାଲିବାନ ହାତକୁ ଦେଶର ନିୟନ୍ତ୍ରଣ ଯିବା ପରଠାରୁ ଆଇଏସ୍ ସଂଗଠନ ପକ୍ଷରୁ ସିହା ମୁସ୍ଲିମ ସଂପ୍ରଦାୟକୁ ଟାର୍ଗେଟ୍ କରି ଲଗାତାର ଆକ୍ରମଣ ହେଉଛି।
ସ୍କୁଲ୍ରେ ବୋମା ବିସ୍ଫୋରଣ: ୧୦ ଛାତ୍ର ମୃତ
/sambad/media/post_attachments/wp-content/uploads/2022/12/654d654dga6g5465da.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)