ନୂଆଦିଲ୍ଲୀ: ଫ୍ରାନ୍ସ ସହ ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାର ଜେପିସି ତଦନ୍ତ ଦାବି କରି ଆଜି ମଧ୍ୟ କଂଗ୍ରେସ ସାଂସଦମାନେ ଉଭୟ ଗୃହରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି କରିଛନ୍ତି। ଫଳରେ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଶାସକ ଦଳର ସାଂସଦମାନେ ମଧ୍ୟ ହୋହଲ୍ଲା ପରିସ୍ଥିତି ସୃଷ୍ଟି କରିବାରେ କୌଣସି ସୁଯୋଗ ଛାଡ଼ିନଥିଲେ। ଗୃହରେ ଶାନ୍ତି ବଜାୟ ରଖିବା ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଯେତେ ବୁଝାଇଲେ ମଧ୍ୟ କୌଣସି ଫଳ ହୋଇନଥିଲା। ଶେଷରେ ସାଂସଦମାନଙ୍କ ଉପରେ ସୁମିତ୍ରା ବର୍ଷିଥିଲେ। ସ୍କୁଲ୍ ପିଲା ଢେର୍ ଭଲ। ସେମାନେ ନିଜ ଶ୍ରେଣୀରେ ଏମିତି ବିଶୃଙ୍ଖଳା ସୃଷ୍ଟି କରୁନଥିବେ, ଯେମିତି ସାଂସଦମାନେ କରୁଛନ୍ତି ବୋଲି ସେ କହିଥିଲେ।/sambad/media/post_attachments/wp-content/uploads/2018/12/rafel-jet-300x169.jpg)
ସୁମିତ୍ରା ମହାଜନ ଏଭଳି ଟିପ୍ପଣୀ ଦେବା ସତ୍ତ୍ବେ ସାଂସଦମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା। ତେବେ ପୂର୍ବାହ୍ନରେ ପ୍ରଥମେ ଗୃହକୁ ମୁଲତବୀ ରଖାଯାଇଥିଲା। କିନ୍ତୁ ଲୋକସଭାରେ ପରିସ୍ଥିତି ଆଦୌ ବଦଳିନଥିଲା। ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ସାଂସଦମାନେ ପୁଣି ହୋହଲ୍ଲା କରିଥିଲେ। କଂଗ୍ରେସ, ଏଆଇଏଡିଏମ୍କେ ଓ ତେଲୁଗୁ ଦେଶମ୍ ପାର୍ଟି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଧାଇଁଆସି ସେମାନଙ୍କ ନିଜ ଦାବି ମୁତାବକ ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ।
କଂଗ୍ରେସ ପକ୍ଷରୁ ରାଫେଲ୍ ଚୁକ୍ତି ପ୍ରସଙ୍ଗରେ ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ଦାବି କରାଯାଇଥିଲା। ଏହି ମାମଲାରେ ସରକାର ସୁପ୍ରିମ୍ କୋର୍ଟରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଦଳର ସାଂସଦମାନେ କହିଥିଲେ। ବିଜେପି ସାଂସଦମାନେ ଏହାକୁ ବିରୋଧ କରିଥିଲେ। ସୁପ୍ରିମ୍ କୋର୍ଟ ଚୂଡ଼ାନ୍ତ ରାୟ ଦେଇଥିବାରୁ ଏ ନେଇ ଜେପିସି ତଦନ୍ତର ଆବଶ୍ୟକତା ନାହିଁ ବୋଲି ସେମାନେ କହିଥିଲେ।
କାବେରୀ ନଦୀ ଉପରେ ଏକ ନଦୀବନ୍ଧ ନିର୍ମାଣ ନେଇ କର୍ଣ୍ଣାଟକ ଏହାର ପ୍ରସ୍ତାବକୁ ପ୍ରତ୍ୟାହାର କରିନେଉ ବୋଲି ଏଆଇଏଡିଏମ୍କେ ସାଂସଦ ଦାବି କରିଥିଲେ। ଅନ୍ୟପକ୍ଷରେ ଉଭୟ ଗୃହରେ ଆଜି ତିତ୍ଲି ପ୍ରସଙ୍ଗରେ ଆଲୋଚନା ହୋଇନପାରିବାରୁ ବିଜେଡି ସାଂସଦମାନେ ନିରାଶ ହୋଇଛନ୍ତି। ରାଜ୍ୟସଭାରେ ତିତ୍ଲି ଆଲୋଚନା ପାଇଁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଦେଇଥିଲେ।
‘ସ୍କୁଲ୍ ପିଲା ଢେର୍ ଭଲ’
ସଂସଦରେ ରାଫେଲ୍ ଝଡ଼ O ବର୍ଷିଲେ ବାଚସ୍ପତି ସୁମିତ୍ରା ମହାଜନ
/sambad/media/post_attachments/wp-content/uploads/2018/12/Parliament-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)