ଭଦୋଦରା: ଜିଲ୍ଲାର ବାଘୋଡିଆ ରୋଡ୍ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ନାରାୟଣ ସ୍କୁଲର ପ୍ରଥମ ମହଲା ଲବିର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି। ତଳେ ରଖାଯାଇଥିବା ଅନେକ ସାଇକେଲ ଭାଙ୍ଗିଯାଇଛି। ତେବେ ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଦୟନୀୟ ସ୍ଥିତି ବୟାନ କରୁଛି । ଭିଡିଓଟି କ୍ଲାସରୁମ୍ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାର ବୋଲି କୁହାଯାଉଛି। ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।
ସ୍କୁଲଗୁଡ଼ିକରେରେ ଅଗ୍ନିକାଣ୍ଡ କୁ ରୋକିବା ପାଇଁ ଭଦୋଦରା ଅଗ୍ନିଶମ ବାହିନୀ ନିରନ୍ତର ସଜାଗ ରହିଥିଲେ ମଧ୍ୟ ସ୍କୁଲର ଢାଞ୍ଚା କୁ ନେଇ ପୌରପାଳିକା ପକ୍ଷରୁ କୌଣସି ସତର୍କତା ଅବଲମ୍ବନ କରାଯାଉନାହିଁ । ଫଳରେ ଆଜି ଭଦୋଦରାର ୱାଘୋଡିଆ ରୋଡ୍ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାଘୋଡ଼ିଆ ଡାଭୋଇ ରିଙ୍ଗରୋଡର ଗୁରୁକୁଳ ନିକଟରେ ଥିବା ନାରାୟଣ ସ୍କୁଲର ଲବି ଓ କାନ୍ଥର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣା ପରେ କିଛି ଛାତ୍ରଛାତ୍ରୀ ପ୍ରଥମ ମହଲାରୁ ତଳକୁ ଖସି ପଡ଼ିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଜଣେ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/Capture-31.png)