ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀ ପବ୍ଲିକ୍ ସ୍କୁଲ ଛୁଟି ହେବା ପରେ ପିଲାଙ୍କୁ ନେଇ ଫେରୁଥିବା ସ୍କୁଲ ବସ୍ ସହ ଏକ ମାଲ ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୬ ଜଣ ଛାତ୍ରଛାତ୍ରୀ ଓ ବସ୍ ଡ୍ରାଇଭରର ମୃତ୍ୟୁ ହୋଇଛି। ବସ୍ରେ ଥିବା ଅନ୍ୟ ୧୨ଜଣ ଆହତ ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପୁଲିସ୍ ଓ ପିଲାଙ୍କ ଅଭିଭାବକମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ। ମଧ୍ୟପ୍ରଦେଶ ସଡ଼କ ଓ ପରିବହନ ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ବସ୍ ବିଚୌଲୀ ମର୍ଦ୍ଦାନା ବାଏପାସ୍ ନିକଟସ୍ଥ ଓଭରବ୍ରିଜ୍ରେ ଷ୍ଟିଅରିଂ ଜାମ୍ ହେବା କାରଣରୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ବୋଲି ଜଣାପଡ଼ିଛି ।
ସ୍କୁଲ ବସ୍-ଟ୍ରକ୍ ମୁହାଁମୁହିଁ ୬ ଛାତ୍ରଛାତ୍ରୀଙ୍କ ସମେତ ୭ମୃତ
/sambad/media/post_attachments/wp-content/uploads/2018/01/school-bus-accident_650x400_71515157844.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)