ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ବଢୁଥିବା ଯୋଗୁଁ ପରିସ୍ଥିତି ଖରାପ ହୋଇଚାଲିଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ବଡ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରେ ସପ୍ତାହେ ଯାଏଁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ସୋମବାରରୁ ସପ୍ତାହେ ଯାଏଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।ସେହିପରି ନଭେମ୍ବର ୧୪ରୁ ୧୭ ତାରିଖ ଯାଏଁ ନିର୍ମାଣ କାମ ବନ୍ଦ କରିବାକୁ କୁହାଯାଇଛି । ସରକାରୀ କର୍ମଚାରୀଙ୍କୁ ୭ ଦିନ ୱାର୍କ ଫ୍ରମ ହୋମ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପ୍ରାଇଭେଟ ଅଫିସମାନଙ୍କୁ ମଧ୍ୟ ୱାର୍କ ଫ୍ରମ ହୋମ କରିବାକୁ ପରାମର୍ଶ ଦେଇଛନ୍ତି କେଜ୍ରିୱାଲ ସରକାର ।