ନୂଆଦିଲ୍ଲୀ : ଉଚ୍ଚ ପ୍ରାଥମିକ ନିମନ୍ତେ ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଛି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହା ଉଦ୍ଦିଷ୍ଟ। ଏହା ପୂର୍ବରୁ ପ୍ରାଥମିକ ଶ୍ରେଣୀର ପିଲାମାନଙ୍କ ପାଇଁ ଏଭଳି ଏକ ବିକଳ୍ପ କ୍ୟାଲେଣ୍ଡର କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ 'ନିଶଙ୍କ'ଙ୍କ ଦ୍ୱାରା ଏପ୍ରିଲ ୧୬ ତାରିଖରେ ଉନ୍ମୋଚିତ ହୋଇଥିଲା ।

Advertisment

ଆଜି ଏହି ଅବସରରେ ମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି ଯେ, ଉକ୍ତ କ୍ୟାଲେଣ୍ଡରରେ ସାମାଜିକ ଗଣମାଧ୍ୟମର ବିଭିନ୍ନ ଉପକରଣ (ଟୁଲ୍ସ) ବ୍ୟବହାର କରି ପିଲାମାନଙ୍କୁ କିପରି ଅଧିକ ଆକର୍ଷଣୀୟ ଓ ଆମୋଦଦାୟକ ଢଂଗରେ ଶିକ୍ଷାଦାନ କରିହେବ, ସେ ବିଷୟରେ ଶିକ୍ଷକମାନଙ୍କ ପାଇଁ ଦିଗଦର୍ଶନ ରହିଛି । ଏଥିରେ ଟିଭି, ରେଡିଓ, ଏସଏମଏସ୍, ମୋବାଇଲ ଓ ବିଭିନ୍ନ ସୋସିଆଲ ମିଡିଆ ସ୍ଥାନ ପାଇଛି । ଶ୍ରୀ ନିଶଙ୍କ କହିଛନ୍ତି, ଆମ ସମସ୍ତଙ୍କ ପାଖରେ ଇଂଟରନେଟ ସେବା ନ ଥିବାରୁ ଏହି କ୍ୟାଲେଣ୍ଡର ମାଧ୍ୟମରେ ଶିକ୍ଷକମାନେ ଏସଏମଏସ ଓ ଭଏସ୍ କଲ ମାଧ୍ୟମରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କ ଦିଗ୍‌ଦର୍ଶନ ଦେଇପାରିବେ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଖୁବ୍‌ଶୀ‌ଘ୍ର ଦଶମ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ବିକଳ୍ପ କ୍ୟାଲେଣ୍ଡର ପ୍ରବର୍ତ୍ତନ କରାଯିବ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଅଡିଓବୁକ, ରେଡିଓ ପ୍ରୋଗ୍ରାମ ଓ ଭିଡିଓ ପ୍ରୋଗ୍ରାମର ସୁବିଧା କରାଯିବା ଘେନି ସେ ସୂଚନା ଦେଇଛନ୍ତି।

ଉନ୍ମୋଚିତ ଏହି ବିକଳ୍ପ କ୍ୟାଲେଣ୍ଡରରେ ସପ୍ତାହକର ପାଠ୍ୟ ଯୋଜନା ରହିଛି । ପଢାବହିର ଥିମ୍ ଚାପ୍ଟର ଏଥିରେ ଅନ୍ତର୍ଭୁକ୍ତ ହୋଇଛି । କଳାଶିକ୍ଷା, ଶାରୀରିକ ବ୍ୟାୟମ, ଯୋଗ, ପ୍ରାକ୍ ଧନ୍ଧାମୂଳକ ଦକ୍ଷତା ଆଦି ବିଷୟ ଏଥିରେ ରହିଛି । ଏଥିରେ ହିନ୍ଦି, ସଂସ୍କୃତ, ଇଂରାଜୀ ଓ ଉର୍ଦ୍ଦୁ ଏପରି ଚାରୋଟି ଭାଷାର ବିଷୟ ରହିଛି । ଏହାଛଡା ଆଂଚଳିକ ବା ଅନ୍ୟ ପ୍ରବେଶିକା ଭାଷାର ପାଠପଢାର ସୁବିଧା ଅଛି । ପ୍ରତ୍ୟେକ ଚାପ୍ଟର ପାଇଁ ଇ-ଲିଙ୍କ ଥିବାବେଳେ ଇ-କଣ୍ଟେଣ୍ଟ ରହିଛି । ସେସବୁ ଭାରତ ସରକାରଙ୍କ ଇ-ପାଠଶାଳା, ଏନ୍ଆରଓଇଆର ଓ ଦୀକ୍ଷା ଚ୍ୟାଲେନରେ ଉପଲବ୍ଧ ।