ନୂଆଦିଲ୍ଲୀ: ଦିଲ୍ଲୀର ଗୌତମ ବୁଦ୍ଧ ନଗରର ଏକ ବିଦ୍ୟାଳୟ ପକ୍ଷରୁ ଅଭିଭାବକମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ଟିଫିନରେ ଆମିଷ ଖାଦ୍ୟ ପଠାଇବା ବନ୍ଦ କରିବାକୁ କୁହାଯାଇଛି । ଏହି ନିର୍ଦ୍ଦେଶନାମା ପରେ କିଛି ଅଭିଭାବକ ବିଦ୍ୟାଳୟର ଏହି ପଦକ୍ଷେପକୁ ବିରୋଧ କରିଛନ୍ତି ଏବଂ ଏହା ଭେଦଭାବର ପରିମାଣ ବୋଲି କହିଛନ୍ତି। ତେବେ ସ୍କୁଲ ପ୍ରିନ୍ସପାଲ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ପିଲାମାନେ ଅସୁସ୍ଥ ହୋଇପଡିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ରିପୋର୍ଟ ଅନୁଯାୟୀ, ପିତାମାତାଙ୍କୁ ପଠାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ସକାଳ ଟିଫିନ ପାଇଁ ଯଦି ଆମିଷ ଦେଉଛନ୍ତି ଏହା ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ | କାରଣ ଆମିଷ ସଂରକ୍ଷିତ କରି ଫ୍ରିଜରେ ରଖାଯାଉଛି ଓ ଏହାକୁ ପିଲାମାନଙ୍କୁ ଦେବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ | ପିଲାମାନେ କିଭଳି ସୁସ୍ଥ ରହିବେ, ଏହା ଆମର ପ୍ରାଥମିକତା | ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଶାକାହାରୀ ଖାଦ୍ୟ ଦେବା ଦ୍ୱାରା ପିଲାମାନେ ସୁସ୍ଥ ରହିବେ । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁକ୍ରିତି ଚୌହାନ କହିଛନ୍ତି ଯେ ସେ ଏହା ପୂର୍ବରୁ ମଧ୍ୟ ଏଭଳି ନୋଟିସ ଦେଇଛନ୍ତି। ସେ କହିଛନ୍ତି ଯେ ଶିଶୁମାନଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ସର୍କୁଲାର ପଠାଯାଇଛି। ନନ-ଭେଜ୍ ଖାଦ୍ୟ ଆଣିବା ପାଇଁ କୌଣସି ଦଣ୍ଡ ଦିଆଯିବ ନାହିଁ କିନ୍ତୁ ଅଭିଭାବକମାନଙ୍କୁ ଏହା ବିଷୟରେ ଅବଗତ କରାଯିବ। ଅନ୍ୟପକ୍ଷରେ ଅଭିଭାବକ ସଂଘର ସଭାପତି ଅନୁଭା ଶ୍ରୀବାସ୍ତବ ସାହା କହିଛନ୍ତି ଯେ ଯେକୌଣସି ପ୍ରକାରର ଖାଦ୍ୟ ଖାଇ ଯେକେହି ଅସୁସ୍ଥ ହୋଇପାରନ୍ତି। ବିଦ୍ୟାଳୟଗୁଡ଼ିକ କିପରି ଏପରି ନିଷ୍ପତ୍ତି ନେଇପାରିବେ?