କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚୀନ୍‌ରେ ଖୋଲିଲା ସ୍କୁଲ୍‌

ବେଜିଂ: ବିଶ୍ବବ୍ୟାପୀ ବିଭିନ୍ନ ରାଷ୍ଟ୍ରର ପ୍ରମୁଖ ସହରରେ ଏବେ କରୋନା ଭାଇରସ୍‌ ଯୋଗୁଁ ସ୍କୁଲ୍‌ ଓ କଲେଜ୍‌ ବନ୍ଦ ରହିଛି। କିନ୍ତୁ ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚୀନ୍‌ରେ ଏବେ ଧୀରେଧୀରେ ସ୍ଥିତି ସୁଧୁରିଛି। ଚୀନ୍‌ରେ ବିଭିନ୍ନ ସ୍ଥାନରେ ଏବେ ସ୍କୁଲ୍‌ ଏବଂ ବିଶ୍ବବିଦ୍ୟାଳୟ ଖୋଲିବା ଆରମ୍ଭ କରିଛି। ଜାନୁଆରି ତୃତୀୟ ସପ୍ତାହରୁ ଚୀନ୍‌ରେ ଅଧିକାଂଶ ସ୍କୁଲ୍‌ ବନ୍ଦ ଥିଲା। କିନ୍ତୁ ଚୀନ୍‌ରେ ସ୍ଥିତି ସୁଧୁରିଥିବାରୁ ଏବେ ସ୍କୁଲ୍‌ ଖୋଲିବା ଆରମ୍ଭ କରିଛି। ଉତ୍ତରପଶ୍ଚିମ ଜିନଜିଆଙ୍ଗ ପ୍ରଦେଶ ଏବଂ କିଙ୍ଗାଇ ଓ ଦକ୍ଷିଣପଶ୍ଚିମ ଚୀନ୍‌ର ଗିଜୁଓରେ ଏବେ ସ୍କୁଲ୍‌ ଗୁଡ଼ିକ ଖୋଲିବା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର