ସ୍କୁଲ ମାଲିକଙ୍କୁ ବୋମା ଉପହାର

ରାଜକୋଟ : ଗୁଜରାଟର ରାଜକୋଟ ଜିଲ୍ଲାରେ ଥିବା ଏକ ଘରୋଇ ସ୍କୁଲ୍‌ର ମାଲିକଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ଏକ ସର୍‌ପ୍ରାଇଜ୍ ଗିଫ୍ଟ ଦେଇଥିଲେ। ସେ ଏହାକୁ ଖୋଲିବା ପରେ ଏଥିରେ ଏକ ବୋମା ଥିବା ଦେଖି ଆଶ୍ଚର୍ଯ୍ୟ ‌େହାଇଯାଇଥିଲେ। ଏହାପରେ ପୁଲିସକୁ ଜଣାଇବା ପରେ ପୁଲିସ ଆସି ସଫଳତା ପୂର୍ବକ ବୋମାକୁ ନିଷ୍କ୍ରିୟ କରିଦେଇଥିଲା। ଫଳରେ ସମ୍ଭାବ୍ୟ ବୋମୋ ବିସ୍ଫୋରଣକୁ ଏଡ଼ାଇ ଦିଆଯାଇ ପାରିଛି। ଘଟଣାଟି ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ଏବେ ଉପହାର ପଠାଇଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ଚଢ଼ଉ ଜାରି ରଖିଛି। ବୋମାଟିକୁ ଗିଲାଟିନ୍ ଷ୍ଟିକ୍‌ରେ ତିଆରି କରାଯାଇଥିବା ବେଳେ ଏଥିରେ ଏକ ଡେଟୋନେଟର୍‌ ସ୍ବିଚ୍ ଥିବା ଦେଖିବାକୁ ମିଳିଛି। କୋରିଅର୍‌ ଦ୍ବାରା ଏହି ବୋମା ଉପହାର ଶ୍ରୀ କ୍ରିଷ୍ଣା ସ୍କୁଲ୍‌ର ବିଠଲ୍‌ ଦୋବୋରିଆଙ୍କୁ ମିଳିଥିଲା।

ସମ୍ବନ୍ଧିତ ଖବର