ନୂଆଦିଲ୍ଲୀ: ପିଲାମାନଙ୍କ ସ୍କୁଲ୍ ବ୍ୟାଗ୍ ସେମାନଙ୍କ ନିଜ ଓଜନଠାରୁ ମଧ୍ୟ ଅଧିକ ଭାରି ହୋଇ ଯାଉଛି। ନୂଆକରି ସ୍କୁଲ୍ ଯାଉଥିବା ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅତ୍ୟଧିକ ହୋମ୍ୱର୍କ ଦେଇ ଚାପଗ୍ରସ୍ତ କରାଯାଉଛି। ତେଣୁ ଏ ଦିଗରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସ୍କୁଲ୍ ବ୍ୟାଗ୍ର ଓଜନ କମାଇବାପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଖୁବ୍ଶୀଘ୍ର ନିୟମାବଳି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ନିୟମାବଳି ପ୍ରସ୍ତୁତ ହେବା ଉଚିତ୍ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ହୋମ୍ୱର୍କ ବନ୍ଦ କରିବା ପାଇଁ ମଧ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ମନ୍ତ୍ରାଳୟ ଛାତ୍ରଛାତ୍ରୀଙ୍କ ସ୍କୁଲ୍ ବ୍ୟାଗ୍ର ଓଜନ ଧାର୍ଯ୍ୟ କରିଛି। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲବ୍ୟାଗ୍ ଓଜନ ୧.୫ କେଜିରୁ ଊର୍ଦ୍ଧ୍ବ ହେବା ଉଚିତ୍ ନୁହେଁ। ତୃତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲବ୍ୟାଗ୍ର ଓଜନ ୨-୩ କେଜି, ଷଷ୍ଠରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ଓଜନ ୪ କେଜି, ଅଷ୍ଟମ ଏବଂ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ୍ ବ୍ୟାଗ୍ ଓଜନ ୪.୫ କେଜି ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ୍ବ୍ୟାଗ୍ ଓଜନ ୫ କେଜି ହେବା ଉଚିତ୍ ବୋଲି ମନ୍ତ୍ରାଳୟ କହିଛି। କେତେକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳି ଥିବା ଏକ ବିଜ୍ଞପ୍ତି ଜାରି ହୋଇଛି। ଏହାକୁ ସମସ୍ତ ସ୍କୁଲ୍ କାର୍ଯ୍ୟକାରୀ କରିବେ। ବିଷୟବସ୍ତୁ କ୍ଷେତ୍ରରେ ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଭାଷା ଏବଂ ଗଣିତ ବାଦ୍ ଅନ୍ୟ କୌଣସି ବିଷୟବସ୍ତୁ ଦିଆଯିବ ନାହିଁ ବୋଲି କୁହାଯାଇଛି।
ପିଲାଙ୍କ ଉପରୁ ସ୍କୁଲ୍ ବ୍ୟାଗ୍ ବୋଝ କମିବ
O ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ O ପ୍ରଥମ, ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହୋମ୍ୱର୍କ ବନ୍ଦ କର
/sambad/media/post_attachments/wp-content/uploads/2018/11/Heavy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)