ଜରୁରୀକାଳିନ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଝିଅ ମଥାରେ ୭ଦିନ ଧରି ଫଶି ରହିଥିଲା କଇଁଚି

ନୂଆଦିଲ୍ଲୀ: ଗେଲ ଖେଳୁଖେଳୁ ତେଲ ବାହାରି ଯାଇଥାଏ ବୋଲି କଥାରେ ଅଛି। ଏହାର ଅନେକ ଉଦାହରଣ ବି ବାସ୍ତବ ଜୀବନରେ ଦେଖିବାକୁ ମିଳିଛି। ନିକଟରେ ଭାଇ ଓ ଭାଉଣୀ ଏକ ପେନସିଲ ପାଇଁ ମଜାରେ ପିଟାପିଟି ହେଉଥିବା ବେଳେ ଭଉଣୀ ମଥାରେ କଇଁଚି ଫଶି ଯାଇଥିଲା। ଗୁରୁତର ଅବସ୍ଥାରେ ଭଉଣୀକୁ  ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣା ଫିଲିପାଇନ୍ସରେ ଘଟିଛି। ୯ବର୍ଷର ଭଉଣୀ ଲେଖୁଥିବା ପେନସିଲକୁ ତାର ଭାଇ ମାଗିଥିଲା। ଭଉଣୀ ପେନସିଲ ଦେଇ ପାରିବ ନାହିଁ ବୋଲି ମନା କରି ଦେଇଥିଲା। ଏହାପରେ ଦୁଇ ଭାଇ ଓ ଭଉଣୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏଥିରେ ଭାଇ ଏକ ବ୍ୟାଗରେ ଭଉଣୀକୁ ପିଟିଥିଲା। ଏହି ବ୍ୟାଗ ଭିତରେ ଥିବା ଏକ କଇଁଚି ଭଉଣୀ ମଥା‌ରେ ଫଶି ଯାଇଥିଲା। ବାପା ଓ ମା’ ଝିଅର ଏଭଳି ଅବସ୍ଥା ଦେଖି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଜରୁରୀ ଅସ୍ତ୍ରୋପଚାର ପାଇଁ କହିଥିଲେ। କିନ୍ତୁ ବାପା ଓ ମା’ଙ୍କ ପାଖରେ ଉକ୍ତ ଜରୁରୀ ଅସ୍ତ୍ରୋପଚାର ପାଇଁ ଟଙ୍କା ନଥିଲା।

ଏହି କାରଣରୁ ଝିଅର ମଥାରେ ୭ଦିନ ଧରି କଇଁଚି ସେମିତି ଫସି ରହିଥିଲା। ଝିଅ ଯନ୍ତ୍ରଣାରେ ଛଟପଟ ହେଉଥିଲା। ସ୍ଥାନୀୟଲୋକେ ଏହି ଘଟଣା ବିଷୟରେ ଖବର ପାଇବା ପରେ ଟଙ୍କା ଏକାଠି କରିଥିଲେ।  ଝିଅ ଭର୍ତ୍ତି ହୋଇଥିବା ହସ୍ପିଟାଲ‌ରେ ସ୍ଥାନୀୟଲୋକେ ଉକ୍ତ ଟଙ୍କା ଜମା କରି ଡାକ୍ତରଙ୍କୁ ଅସ୍ତ୍ରୋପଚାର ଆରମ୍ଭ କରିବାକୁ କହିଥିଲେ। ଏହି ଅସ୍ତ୍ରୋପଚାର ପରେ ଡାକ୍ତର ଝିଅ ମଥାରୁ ସୁରକ୍ଷିତ ଭାବେ କଇଁଚି ବାହାର କରିଥିଲେ।  ଚିକିତ୍ସା ପରେ ଝିଅ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର