ଶ୍ରୀନଗର: ଜମ୍ମୁକାଶ୍ମୀର ରାମବନରେ ଭୟଙ୍କର ଭୂସ୍ଖଳନ ପରେ ସ୍ଥିତି ସଙ୍ଗୀନ ହୋଇଛି । ଜନଜୀବନ ଏକପ୍ରକାର ଠପ୍ ହୋଇପଡିଥିବା ବେଳେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ଯଦିଓ ଘରଦ୍ବାର, ହୋଟେଲ, ସ୍କୁଲ, କଲେଜ ସବୁ ଧୋଇ ହୋଇଯାଇଛି ଆଉ ଗୋଟେ ଗୋଟେ ସ୍ଥାନ ପୂରା ଶ୍ମଶାନ ପାଲଟିଯାଇଛି । ତଥାପି ତାରି ଭିତରେ ଭୟରେ ଜୀବନ ବିତାଉଛନ୍ତି ଲୋକେ ।
ପାଗ ଖରାପ ଥିବାରୁ ଆଉ ବିପଦ ଟଳିନଥିବାରୁ ରାମବନରେ ଆଜି ପାଇଁ ସ୍କୁଲ ଏବଂ କଲେଜକୁ ଛୁଟି ରଖାଯାଇଛି । ସମସ୍ତ ସରକାରୀ ସ୍କୁଲ-କଲେଜ ଏବଂ ଘରୋଇ ସ୍କୁଲ-କଲେଜକୁ ବନ୍ଦ କରାଯାଇଛି ଏବଂ ଘରେ ରହିବା ସହ ସତର୍କ ରହିବାକୁ କୁହାଯାଇଛି । ପରିସ୍ଥିତି ଦେଖି ଆସନ୍ତାକାଲି ମଧ୍ୟ ସ୍କୁଲ କଲେଜ ଛୁଟି ରହିପାରେ ।
ସେପଟେ ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ଧାରକାମ ଜୋରଦାର ଚାଲିଛି । ଏନଡିଆରଏଫ ଟିମ୍ ଏବଂ ଭାରତୀୟ ଯବାନ ଲୋକଙ୍କ ସେବାରେ ଲାଗି ପଡିଛନ୍ତି । ଯେଉଁଠି ହାଇୱେ ପାହାଡ ଧସି ପୋତି ହୋଇ ଯାଇଛି ସେଠାରେ ରାସ୍ତା ସଫା କାମ ଜାରି ରହିଛି । କାରଣ ରାସ୍ତାର ୨ ପାର୍ଶ୍ବରେ ଶହଶହ ଗାଡି ଅଟକି ରହିଛି ।
In view of inclement weather and heavy rain causing flash floods, all Govt and Private Schools, Colleges & Technical Education Institutions of district Ramban shall remain closed on 21.04.2025.
— Deputy Commissioner (DEO), Ramban (@dcramban) April 20, 2025
Stay indoors, stay safe! @diprjk@BaseerUlHaqIAS@RambanPolice