୨୧ରୁ ଝାଡ଼ଖଣ୍ଡ‌ରେ ସ୍କୁଲ୍‌ ଖୋଲିବ ନାହିଁ

ରାଞ୍ଚି: ଝାଡ଼ଖଣ୍ଡରେ ସ୍କୁଲ୍‌ ଆସନ୍ତା ୨୧ରୁ ଖୋଲିବ ନାହିଁ ବୋଲି ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଚଳିତ ମାସ ୨୧ରୁ ଝାଡ଼ଖଣ୍ଡର ସ୍କୁଲଗୁଡ଼ିକ ଖୋଲିଯିବ ଏବଂ ନବମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଆସିପାରିବେ ବୋଲି ପୂର୍ବରୁ ଶିକ୍ଷା ବିଭାଗ ଘୋଷଣା କରିଥିଲା। ତେବେ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍କୁଲ୍‌ ଖୋଲିବାକୁ ମଞ୍ଜୁରି ପ୍ରଦାନ କରିନାହିଁ। ୨୧ରୁ ସ୍କୁଲ୍‌ ଖୋଲିବା ନେଇ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କ ବିଭାଗ ସହ କୌଣସି ଆଲୋଚନା କରାଯାଇ ନାହିଁ ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଯୁଗ୍ମ ସଚିବ ମନୀଷ ତିୱାରୀ କହିଛନ୍ତି। ମାତ୍ର କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍କୁଲ୍‌ ଖୋଲି ପାରିବ ନାହିଁ ବୋଲି ଶ୍ରୀ ତିୱାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର