ନୂଆଦିଲ୍ଲୀ: ପ୍ରମୁଖ ବୈମାନିକ ବୈଜ୍ଞାନିକ ମାନସ ବିହାରୀ ବର୍ମାଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ବିହାରର ଦରଭଙ୍ଗା ସ୍ଥିତ ତାଙ୍କ ବାସଭବନରେ ଗତରାତିରେ ସେ ହୃଦ୍ଘାତରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦେଶର ପ୍ରଥମ ହାଲୁକା ଲଢ଼ୁଆ ଯୁଦ୍ଧ ବିମାନ (ଏଲ୍ସିଏ) ‘ତେଜସ୍’ର ବିକାଶ ଦିଗରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବର୍ମାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପଦ୍ମଶ୍ରୀ ମାନସ ବିହାରୀ ବର୍ମାଙ୍କ ମୃତ୍ୟୁ ଖୁବ୍ ଦୁଃଖଦାୟକ। ତାଙ୍କର ପରଲୋକ ବିଜ୍ଞାନ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍ କରି କହିଛନ୍ତି। ୩୫ ବର୍ଷର ଦୀର୍ଘ କ୍ୟାରିୟରରେ ବର୍ମା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ୍ଙ୍କ ସହ ଅତି ଘନିଷ୍ଟ ଭାବେ କାମ କରିଥିଲେ।
ଖ୍ୟାତନାମା ବୈଜ୍ଞାନିକ ମାନସ ବିହାରୀ ବର୍ମାଙ୍କ ପରଲୋକ
/sambad/media/post_attachments/wp-content/uploads/2021/05/56fg4j564gj56gd4j56dg456gdjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)