୭୬ ବର୍ଷରେ ବ୍ରିଟିସ୍‌ ବୈଜ୍ଞାନିକ ଷ୍ଟିଫେନ୍‌ ହକିଙ୍ଗ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବ୍ରିଟିସ୍‌ ବୈଜ୍ଞାନିକ ଷ୍ଟିଫେନ୍‌ ହକିଙ୍ଗ୍‌ର ୭୬ ବର୍ଷ ବୟସରେ ପରଲୋକ ଘଟିଛି ବୋଲି ତାଙ୍କ ପରିବାରର ଜଣେ ମୁଖପାତ୍ର କହିଛନ୍ତି।

ପ୍ରଫେସର୍‌ କହିଙ୍ଗ୍‌ଙ୍କର ପିଲାମାନେ, ଲୁସି, ରବର୍ଟ ଏବଂ ଟିମ୍‌ ଏକ ବିବୃତିରେ କହିଛନ୍ତି: ଆଜି ଆମ ପ୍ରିୟତମ ବାପାଙ୍କର ଦେହାନ୍ତ ହେବାରୁ ଆମେ ଖୁବ୍‌ ଦୁଃଖୀ।

ସେ ଥିଲେ ଜଣେ ବଡ଼ ବୈଜ୍ଞାନିକ ଏବଂ ଅସାଧାରଣ ମଣିଷ ଯାହାଙ୍କର କାର୍ଯ୍ୟ ଏବଂ ପଦାଙ୍କ ଅନେକ ବର୍ଷ ଧରି ଜୀବିତ ରହିବ।
ତାଙ୍କର ସାହସ ଏବଂ ଦୃଢ଼ତା ସହ ତାଙ୍କର ମେଧା ଏବଂ ରହସ୍ୟ ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରେରିତ କରିଛି।

ଥରେ ସେ କହିଥିଲେ, ଆପଣମାନେ ସ୍ନେହ କରୁଥିବା ଲୋକମାନେ ରହୁ ନ ଥିଲେ ଦୁନିଆ ଅଧିକନ୍ତୁ ଦୁନିଆ ହୋଇ ରହିବ ନାହିଁ।
ଆମେ ସବୁଦିନ ପାଇଁ ତାଙ୍କୁ ଝୁରିବୁ।

ବିଶ୍ୱ ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ଏବଂ ଜ୍ୟୋତିର୍ବିଜ୍ଞାନୀ ୨୦୧୪ ସିନେମା ‘ଦି ଥିଓରି ଅଫ୍‌ ଏଭ୍ରିଥିଙ୍ଗ୍‌’ର ବିଷୟବସ୍ତୁ ସାଜିଥିଲେ। ଏତିରେ ଏଡ୍ଡି ରେଡ୍‌ମାଇନ୍‌ ଏବଂ ଫେଲିସିଟି ଜୋନ୍‌ସ୍‌ ଆଦି ଅଭିନୟ କରିଥିଲେ।

୧୯୬୩ରେ ୨୧ ବର୍ଷିୟ ହକିଙ୍ଗ୍‌ ମୋଟୋର୍‌ ନ୍ୟୁରୋନ୍‌ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେ ଆଉ ମାତ୍ର ୨ ବର୍ଷ ବଞ୍ଚିବେ ବୋଲି ଡାକ୍ତରମାନେ କହିଥିଲେ। କିନ୍ତୁ, ସେ କେମ୍ବ୍ରିଜ୍‌ରେ ଅଧ୍ୟୟନ କରିବାକୁ ଗଲେ ଏବଂ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ପରେ ଜଣେ ସବୁଠୁ ମେଧାବୀ ଥିଓରେକ୍ଟିକାଲ୍‌ ଫିଜିସିଷ୍ଟ୍‍ ହୋଇ ପାରିଥିଲେ।

ସମ୍ବନ୍ଧିତ ଖବର