ଟୀକା ବାହାର କରିବା ପାଇଁ ଅଜବ ବାଟ ଆପଣାଇଲେ ଲଣ୍ଡନ ବୈଜ୍ଞାନିକ, ୩ଲକ୍ଷ ଟଙ୍କା ଦେଇ ୨୪ଜଣଙ୍କ ଶରୀରରେ ସଂକ୍ରମିତ କରାଇବେ କରୋନା ଭାଇରସ୍

ନୂଆଦିଲ୍ଲୀ: କରୋନାଭାଇରସ୍ ଦିନକୁ ଦିନ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ପ୍ରାୟ ୪,୦୦୦ଲୋକଙ୍କ ମୃତ୍ୟୁ ଘଟିବା ସହ ପାଖାପାଖି ଏକ ଲକ୍ଷ ଲୋକ ମାରାତ୍ମକ କୋଭିଡ -୧୯ ଦ୍ବାରା ସଂକ୍ରମିତ ହୋଇସାରିଛନ୍ତି। ବୈଜ୍ଞାନିକମାନେ ବର୍ତ୍ତମାନ ଏହାର ଉପଶମ ଏବଂ ଟୀକା ଖୋଜିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି କିନ୍ତୁ କିଛି ଅନୁସନ୍ଧାନକାରୀ ଏହା ଉପରେ ଚରମ ପଦକ୍ଷେପ ନେଉଥିବା ଜଣାପଡିଛି। ଲଣ୍ଡନର ବୈଜ୍ଞାନିକମାନେ ବର୍ତ୍ତମାନ ମାରାତ୍ମକ ଭାଇରସ ପାଇଁ ଏକ ଟୀକା ବିକଶିତ କରୁଥିବା ବେଳେ ଲୋକମାନଙ୍କୁ ଏ ନେଇ ଜାଣି ଜାଣି ଭାଇରସ ଦ୍ବାରା ସଂକ୍ରମିତ କରାଉଛନ୍ତି। ଯାହା ପାଇଁ ସେମାନେ ଲୋକଙ୍କୁ ସଂକ୍ରମିତ ହେବା ପାଇଁ ପ୍ରାୟ ୩ଲକ୍ଷ ଟଙ୍କା ଦେଉଥିବା ଜଣା ପଡ଼ିଛି।

indiatimes.com

ଲଣ୍ଡନର କୁଇନ୍ ମେରି ବାୟୋ ଏଣ୍ଟରପ୍ରାଇାସେସ୍ ଇନୋଭେସନ୍ ସେଣ୍ଟର ପ୍ରସ୍ତାବିତ ଅଧ୍ୟୟନ ପାଇଁ ୨୪ଜଣସ୍ୱେଚ୍ଛାସେବୀଙ୍କୁ ବାଛିଛି। ଏହି ୨୪ଜଣ ସ୍ୱେଚ୍ଛାସେବୀମାନଙ୍କୁ ସାଂଘାତିକ ଭୂତାଣୁର ଦ୍ବାରା ସଂକ୍ରମିତ କରାଯିବ। ଏହା ପରେ କମ୍ପାନି ଏଚଭିଭୋ ଦ୍ବାରା ବିକଶିତ ହୋଇଥିବା ଟୀକାକୁ ସଂକ୍ରମିତ ରୋଗୀଙ୍କୁ ଦିଅ‌ାଯିବ ବୋଲି ଜଣା ପଡ଼ିଛି। ତେବେ ଏହି ପରୀକ୍ଷା ପାଇଁ ୨୪ଜଣଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ନଜରବନ୍ଦୀ କରି ରଖାଯିବ। ଦୁଇ ସପ୍ତାହ ପରେ ଯଦି ସେମାନେ ସୁସ୍ଥ ହୋଇଯାଉଛନ୍ତି, ତେବେ ବିଶ୍ବରେ ସଂକ୍ରମିତ ହେଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚି ପାରିବ।

ସମ୍ବନ୍ଧିତ ଖବର