ଲଞ୍ଚ୍‌ ହେଲା କୋଭିଡ୍‌ ସିମ୍ପଟମ୍‌ ଟ୍ରାକର୍‌ ଆପ୍‌; ବର୍ତ୍ତମାନ ସମୟର ତଥ୍ୟ ଦେବ, ଭବିଷ୍ୟତ ସମ୍ଭାଳିବ

ବିଷ୍ଟୋନ୍‌: କୋଭିଡ୍‌-୧୯ ହଟ୍‌ସ୍ପଟ୍‌ରେ ଦୃଷ୍ଟି ରଖିବା ପାଇଁ ବ‌ୈଜ୍ଞାନିକମାନେ ଏକ ନୂଆ ଆପ୍‌ ଲଞ୍ଚ୍‌ କରିଛନ୍ତି। କେବଳ ସେତିକି ନୁହେଁ,‌ ବୈଜ୍ଞାନିକଙ୍କ ମତରେ ଏହା କୋଭିଡ୍‌-୧୯ର ଲକ୍ଷଣକୁ ବି ଟ୍ରାକ୍‌ରେ ରଖିବ। ଏହାର ନାମ ‘କୋଭିଡ୍‌ ସିମ୍ପଟମ୍‌‌ ଟ୍ରାକର୍‌ ଆପ୍‌’।

ନିକଟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି ଯେ ଏହି ଆପ୍‌କୁ ଆମେରିକା ଓ ଇଂଲଣ୍ଡରେ ଏବେ ସୁଦ୍ଧା ୨.୫ ମିଲିୟନ୍‌ ଲୋକେ ବ୍ୟବହାର କରି ସାରିଲେଣି। ଏହି ଆପ୍‌ ପୂର୍ବରୁ ଡାକ୍ତର, ଗବେଷକ ଏବଂ ସର୍ବସାଧାରଣ ଅଧିକାରୀମାନଙ୍କ ପାଇଁ ଅନେକ ଅତ୍ୟାବଶ୍ୟକୀୟ ତଥ୍ୟ ମଧ୍ୟ ପ୍ରଦାନ କରିସାରିଛି।

କେତେକ ନିର୍ଦ୍ଦିଷ୍ଟ ଲକ୍ଷଣକୁ ନେଇ ଏହି ଆପ୍‌ଟି ବ୍ୟକ୍ତିଗତ ହେଉ କିମ୍ବା ଗୋଷ୍ଠୀଗତ ଭାବେ ହେଉ ଦୈନିକ ତଥ୍ୟ ସଂଗ୍ରହ କରିଥାଏ। ଆପ୍‌ ଦ୍ବାରା କୋଭିଡ୍‌-୧୯ ହଟ୍‌ସ୍ପଟ୍‌ ସଂପର୍କରେ ସୂଚନା ସହଜରେ ମିଳିପାରିବ। ଆପ୍‌ ବ୍ୟବହାରକାରୀ ଏହା ଦ୍ବାରା କୋଭିଡ୍‌-୧୯ ସଂପର୍କିତ ଦୈନିକ ତଥ୍ୟ ପାଇପାରିବେ ବୋଲି ଜଣେ ଶୀର୍ଷ ସ୍ତରୀୟ ଗବେଷକ ମତ ରଖିଛନ୍ତି।

ଆପ୍‌ଟିକୁ କରୋନା ବିରୋଧରେ ଏକ ଅସ୍ତ୍ର ପରି ବ୍ୟବହାର କରାଯାଇପାରିବ। ଏହି ଆପ୍‌ ଡାଉନ୍‌ଲୋଡ କରିବା ଦ୍ବାରା ବ୍ୟବହାରକାରୀ ସେଲ୍‌ଫ ଆଇସୋଲେସନ୍‌କୁ ନେଇ ସଚେତନ ହୋଇପାରିବେ। କେଉଁ ସଂକ୍ରମିତ ଅଞ୍ଚଳରେ ଅଧିକ ଭେଣ୍ଟିଲେଟର୍‌ ଆବଶ୍ୟକ ଆପ୍‌ଟି ସେ ‌ତଥ୍ୟ ବି ପ୍ରଦାନ କରିବ। ଏହି ଆପ୍‌ ହେତୁ ଡାକ୍ତରଖାନାମାନଙ୍କରେ ଅଧିକରୁ ଅଧିକ ବେଡ୍‌ ଉପଲବ୍ଧ ହୋଇପାରିବ। ଏହାସହିତ ଭବିଷ୍ୟତରେ କୋଭିଡ୍‌-୧୯ ବିରୋଧରେ ଲଢ଼ିବା ପାଇଁ ଏହା ସାହାଯ୍ୟ ମଧ୍ୟ କରିବ।

ସମ୍ବନ୍ଧିତ ଖବର