ବୈଜ୍ଞାନିକମାନେ କହିଲେ ଦେଶ ପୁଣି ଲକ୍‌ଡାଉନ୍‌ ହେବ: ବାଇଡେନ୍

ନ୍ୟୁୟର୍କ: ଦେଶର ପ୍ରମୁଖ ବୈଜ୍ଞାନିକମାନେ ଯଦି ପରାମର୍ଶ ଦିଅନ୍ତି, ତେବେ ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ପୁଣି ଥରେ ସାରା ଦେଶକୁ ଲକ୍‌ଡାଉନ କରିଦେବେ ବୋଲି ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ କହିଛନ୍ତି। ଲୋକମାନଙ୍କର ଜୀବନ ବଞ୍ଚାଇବା ଲାଗି ଯେ କୌଣସି ପଦକ୍ଷେପ ନେବାକୁ ସେ ପ୍ରସ୍ତୁତ। କାରଣ କରୋନା ଭୂତାଣୁକୁ କାବୁ ନକଲା ଯାଏ ଦେଶ ଆଗକୁ ଗତି କରିବାକୁ ଦିଆଯିବନି, ଯାହା କି ବର୍ତ୍ତମାନର ଟ୍ରମ୍ପ୍‌ ପ୍ରଶାସନର ସାଂଘାତିକ ତ୍ରୁଟି ବୋଲି ବାଇଡେନ୍‌ କହିଛନ୍ତି।

ସେହିପରି ଦେଶର ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିରେ ସୁଧାର ଆଣିବା ସହ ନାଗରିକମାନଙ୍କର ଜୀବନ ଜୀବିକା ଚିନ୍ତା କରିବା ଆଗରୁ ଏହି ଘାତକ କରୋନା ଭୂତାଣୁର ନିୟନ୍ତ୍ରଣ ଜରୁରୀ। ଏ ଦିଗରେ ବିଶେଷଜ୍ଞମାନଙ୍କର ପରାମର୍ଶ ତାଙ୍କୁ ମାନିବାକୁ ହେବ। ତେଣୁ ସେ ନିର୍ବାଚିତ ହେଲେ କୋଭିଡ୍‌ ନିୟନ୍ତ୍ରଣ ହିଁ ତାଙ୍କର ପ୍ରଥମ ଦାୟିତ୍ବ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର