‘ବିଗ୍‌ ବ୍ୟାଙ୍ଗ୍‌’ ପରେ ସୃଷ୍ଟି ହୋଇଥିବା ପ୍ରଥମ ତାରକାମାନଙ୍କର ଜନ୍ମ ଦେଖିବାକୁ ପ୍ରସ୍ତୁତି କରୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ‘ବିଗ୍‌ ବ୍ୟାଙ୍ଗ୍‌’ ବା ମହାବିସ୍ଫୋରଣ ଘଟିବା କ୍ଷଣରେ ବିଶ୍ବବ୍ରହ୍ମାଣ୍ଡରେ ସୃଷ୍ଟି ହୋଇଥିବା ପ୍ରଥମ ତାରକାମାନଙ୍କର ଜନ୍ମ ସମୟ ଜ୍ୟୋତିର୍ବିଜ୍ଞାନୀମାନେ ଗଣନା କରିଛନ୍ତି। ‘ମହାଜାଗତିକ ପ୍ରତ୍ୟୁଷ’ ଭାବେ ସୁପରିଚିତ ପ୍ରାୟ ୨୫୦ ରୁ ୩୫୦ ନିୟୁତ ବର୍ଷ ପୂର୍ବେ ଘଟିଥିବା ଏହି ଘଟଣାରେ ଜାତ ହୋଇଥିବା ପ୍ରଥମ ନକ୍ଷତ୍ରଗୁଡ଼ିକୁ ଜ୍ୟୋତିର୍ବିତ୍‌ମାନେ ଆଗାମୀ ବର୍ଷ ପ୍ରାରମ୍ଭରେ ଦେଖିବାକୁ ସମର୍ଥ ହେବେ।

ଏ ବର୍ଷ ଶେଷ ଆଡ଼କୁ କାର୍ଯ୍ୟକ୍ଷମ ହେବାକୁ ଥିବା ‘ଜେମ୍‌ସ୍‌ ୱେବ୍‌ ଟେଲିସ୍କୋପ୍‌’ ଯୋଗେ ଏହା ସମ୍ଭବ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ଆଶାବାଦୀ। ଆଣବିକ ପ୍ରତିକ୍ରିୟାରୁ ଶକ୍ତି ପ୍ରାପ୍ତ ଉକ୍ତ ପ୍ରଥମ ତାରକାଗୁଡ଼ିକର ଜନ୍ମ ସହିତ ସୃଷ୍ଟିର ଅୟମାରମ୍ଭ ଦେଖିବା ପାଇଁ ସେମାନେ ନିଶ୍ଚୟ ସମର୍ଥ ହେବେ ବୋଲି କହୁଛନ୍ତି।

Image Courtesy of India Today

ସେମାନଙ୍କ ଆକଳନ ଅନୁସାରେ, ପ୍ରାୟ ୧୩.୮ ବିଲିୟନ୍‌ ବର୍ଷ ପୂର୍ବେ ବିଶ୍ବବ୍ରହ୍ମାଣ୍ଡ ଜାତ ହୋଇଥିଲେ ମଧ୍ୟ ଅଳ୍ପ କିଛି ନିୟୁତ ବର୍ଷ ପର୍ଯ୍ୟନ୍ତ ନିରବ ଓ ଅନ୍ଧକାରରେ ପୂରି ରହିଥିଲା। ଏହା ପରେ ମାଧ୍ୟାକର୍ଷ ଶକ୍ତି ପ୍ରଭାବରେ ଚାରିଆଡ଼େ ଭରି ରହିଥିବା ଉଦ୍‌ଜାନ ବାଷ୍ପ ଏକତ୍ର ହୋଇ ଏତେ ଉଚ୍ଚ ତାପମାନରେ ପହଞ୍ଚିଲା ଯେ, ଆଣବିକ ପ୍ରତିକ୍ରିୟା ଘଟି ପ୍ରଥମ ତାରକାମାନଙ୍କର (ଆମ ସୂର୍ଯ୍ୟ ଭଳି ତାରକା) ଉତ୍ପତ୍ତି ହେଲା।

ସମ୍ବନ୍ଧିତ ଖବର