ପ୍ଲାଷ୍ଟିକ ବୋତଲରେ ଫସିଗଲା ମଣିଷ !

କୋଚି: କେରଳର କୋଚି ସହରରେ ଏବେ ପ୍ଲାଷ୍ଟିକ ମୁକ୍ତ ଅଭିଯାନକୁ ଜୋରଦାର କରାଯାଇଛି | ସହରର ଅନେକ ସ୍ଥାନରେ ପ୍ଲାଷ୍ଟିକ ବୋତଲକୁ ନେଇ କଳାକୃତି ନିର୍ମାଣ ମଧ୍ୟ କରାଯାଇଛି | କଳାକୃତିର ଆଖପାଖରେ ଯାଉଥିବା ଲୋକଙ୍କୁ ଏହା ଆକର୍ଷିତ କରିବାରେ ସଫଳ ହୋଇଛି | ତେବେ କୋଚି ସହରରେ ଏବେ ଏମିତି ଏକ କଳାକୃତି ସ୍ଥାନ ପାଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏହି କଳାକୃତି ମଧ୍ୟରେ ପ୍ଲାଷ୍ଟିକର ଦୁନିଆ ଭିତରେ ମଣିଷ କିଭଳି ଫସିଯାଇଛି ତାହା ଦର୍ଶାଯାଇଛି |

Photo-ani

ଏହି କଳାକୃତି ମାଧ୍ୟମରେ କୁହାଯାଇଛି ଯେ କିଭଳି ପ୍ଲାଷ୍ଟିକର ବ୍ୟବହାର ଆମ ଜୀବନ ପାଇଁ ବିପଦ ଆଣୁଛି | ଦିନକୁ ଦିନ ମଣିଷ କିଭଳି ପ୍ଲାଷ୍ଟିକ ଭିତରେ ଆବଦ୍ଧ ହୋଇ ରହିଯାଉଛି ତାହାକୁ ଦର୍ଶାଯାଇଛି | କଳାକୃତି ପାଖରେ ଏକ ପୋଷ୍ଟର ଲଗାଯାଇଛି ଯେଉଁଥିରେ କୁହାଯାଇଛି ଯେ ଯଦି ଜୀବନ ବଞ୍ଚାଇବାକୁ ଚାଁହୁଛନ୍ତି ତେବେ ପ୍ଲାଷ୍ଟିକର ବ୍ୟବହାରକୁ ବନ୍ଦ କରିବା ଆବଶ୍ୟକ |

Photo-ANI

ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ନିଷେଧ କରିବା ପରେ ହିଁ ଆମେ ପ୍ଲାଷ୍ଟିକର ବନ୍ଦୀ ଜୀବନରୁ ମୁକ୍ତ ହୋଇପାରିବା | ଏହି ପ୍ଲାଷ୍ଟିକ ବୋତଲର ବିଶାଳ କଳାକୃତି ଯେତିକି ଆକର୍ଷଣୀୟ ହୋଇଛି ସେତିକି ସାମାଜିକ ବାର୍ତ୍ତା ମଧ୍ୟ ଦେଇଛି | ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ପ୍ଲାଷ୍ଟିକ କିଭଳି ଜନଜୀବନକୁ ପ୍ରଭାବିତ କରୁଛି ତାହା ସହଜରେ ଜଣାପଡିଛି | ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା କେଉଁ କେଉଁ ସମସ୍ୟା ଉପୁଜିଥାଏ ସେ ବାବଦରେ ଲୋକଙ୍କୁ କୁହାଯାଇଛି |

ସମ୍ବନ୍ଧିତ ଖବର