ନୂଆଦିଲ୍ଲୀ: ଭାରତକୁ ଉତ୍ପାଦନର ‘ହବ୍’ରେ ରୂପାନ୍ତର କରିବାକୁ ଚାହେଁ ବୋଲି ଆଜି ଐତିହାସିକ ଉଜ୍ବେକ୍ ନଗରୀ ସମରକନ୍ଦରେ ଆୟୋଜିତ ‘ସାଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ (ଏସ୍ସିଓ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ବ କୋଭିଡ୍-୧୯ ମହାମାରୀକୁ କାବୁ କରୁଛି। କୋଭିଡ୍-୧୯ ଏବଂ ୟୁକ୍ରେନ୍ ସଙ୍କଟ ଯୋଗୁଁ ବୈଶ୍ବିକ ଯୋଗାଣ ଶୃଙ୍ଖଳରେ କେତେକ ବାଧାବିଘ୍ନ ଘଟିଥିଲା। ଉତ୍ତମ ଯୋଗାଯୋଗ ନିମନ୍ତେ ଆଞ୍ଚଳିକସ୍ତରରେ ଗୋଷ୍ଠୀ କରାଯିବା ଆବଶ୍ୟକ।
ଆମେ ଭାରତକୁ ଗୋଟାଏ ଉତ୍ପାଦନ ‘ହବ୍’ରେ ପରିଣତ କରିବାକୁ ଚାହୁଁଛୁ। ତେଣୁ, ଜନକେନ୍ଦ୍ରିକ ବିକାଶ ମଡେଲ୍ ଉପରେ ଧ୍ୟାନନିବେଶ କରୁଛୁ। ପ୍ରତି କ୍ଷେତ୍ରରେ ଆମେ ଉଦ୍ଭାବନକୁ ସହଯୋଗ କରୁଛୁ। ଆଜି ଆମ ଦେଶରେ ୭୦,୦୦୦ରୁ ଅଧିକ ‘ଷ୍ଟାର୍ଟ-ଅପ୍’ ଏବଂ ୧୦୦ରୁ ଅଧିକ ‘ୟୁନିକର୍ଣ୍ଣ’ ହୋଇଗଲାଣି। ‘ଏସ୍ସିଓ’ ଦେଶମାନଙ୍କ ସହିତ ଭାରତ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ।
Image Courtesy of India Todayଚଳିତ ବର୍ଷ ଭାରତର ଅର୍ଥନୀତି ୭.୫% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବିଶ୍ବରେ ଥିବା ବୃହତ୍ତମ ଅର୍ଥନୀତିମାନଙ୍କ ମଧ୍ୟରେ ଆମ ଦେଶ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବାରୁ ମୁଁ ଆନନ୍ଦିତ।
ଭାରତ ‘ଏସ୍ସିଓ’ ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ବିଶ୍ବାସକୁ ସମର୍ଥନ କରେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ‘ଆନ୍ତର୍ଜାତିକ ବାଜରା ବର୍ଷ’କୁ ମଧ୍ୟ ସ୍ବୀକୃତି ଦେଇଛନ୍ତି। ୨୦୧୩ ବାଜରା ଖାଦ୍ୟ ଉତ୍ସବ ବିଷୟ କହିଲା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଳ୍ପ ତଥା ଶସ୍ତା ହୋଇଥିବାରୁ ଆମେ ବାଜରାରୁ ଶକ୍ତି ହାସଲ କରିବାକୁ ଚାହୁଁଛୁ।
Image Courtesy of India Todayଭାରତର ପାରମ୍ପରିକ ଔଷଧ କ୍ଷେତ୍ରରେ ମଧ୍ୟ ସହଯୋଗିତା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ସେ କହିଛନ୍ତି, ଡାକ୍ତରୀ ଓ ସୁସ୍ଥତା ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ବରେ ଭାରତ ହେଉଛି ସବୁଠୁ ଶସ୍ତା ଦେଶ। ତେଣୁ, ପାରମ୍ପରିକ ଔଷଧ ନିମନ୍ତେ ଆମେ ‘ଏସ୍ସିଓ’ ଦେଶଗୁଡ଼ିକ ସହିତ ସହଯୋଗିତା ବୃଦ୍ଧି କରିବା ଉଚିତ।
ଦ୍ବାବିଂଶ ‘ଏସ୍ସିଓ’ ଶିଖର ସମ୍ମିଳନୀ ପାଇଁ ସମରକନ୍ଦସ୍ଥିତ ‘କଂଗ୍ରେସ୍ ସେଣ୍ଟର୍’କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଛୋଟି ନେଇଥିଲେ ଉଜ୍ବେକିସ୍ତାନର ରାଷ୍ଟ୍ରପତି ଶୱକତ୍ ମିର୍ଜିୟୋୟେଭ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Modi-Speech-in-SCO-Session-_Thumbnail.jpg)