ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ୨୫ତମ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ। ଏଥିରେ ବିଶ୍ୱର ଶୀର୍ଷ ନେତାମାନେ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକତ୍ରିତ ହେବେ। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଦୁଇ ଦେଶର ସମ୍ପର୍କ କିଭଳି ମଜବୁତ ହେବ ତା’ ଉପରେ ଆଲୋଚନା କରାଯାଇଥିଲା।
ବୈଠକରେ ଯୋଗ ଦେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କହିଥିଲେ ଯେ, 'ପ୍ରଧାନମନ୍ତ୍ରୀ ମୋଦୀଜୀ, ଆପଣଙ୍କୁ ପୁଣି ଭେଟି ଖୁସି ଲାଗୁଛି। ଗତ ବର୍ଷ କାଜାନରେ ଆମର ବୈଠକ ସଫଳ ହୋଇଥିଲା। ଏବେ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଆଡକୁ ଗତି କରୁଛି। ଆମେ ଉଭୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଏବେ ଭଲ ପଡ଼ୋଶୀ ହେବା ଏବଂ ଡ୍ରାଗନ୍ ଓ ହାତୀ ଏକାଠି ହେବା ଗୁରୁତ୍ୱପୂର୍ଣ୍ଣ।'
#WATCH | तियानजिन, चीन: प्रधानमंत्री नरेंद्र मोदी के साथ द्विपक्षीय बैठक के दौरान, चीन के राष्ट्रपति शी जिनपिंग ने कहा, "... चीन और भारत पूर्व की दो प्राचीन सभ्यताएँ हैं। हम दुनिया के दो सबसे अधिक आबादी वाले देश हैं, और हम ग्लोबल साउथ के भी महत्वपूर्ण सदस्य हैं। हम दोनों अपने… pic.twitter.com/rCWDf5SUwY
— ANI_HindiNews (@AHindinews) August 31, 2025
ଏହା ଶୁଣି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ବିଶ୍ୱାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ, ଭାରତ କେବଳ ସେତେବେଳେ ଚୀନ୍ ଉପରେ ବିଶ୍ୱାସ କରିବ ଯେତେବେଳେ ଚୀନ୍ ଏହି ତିନୋଟି ମୂଲ୍ୟବୋଧକୁ ସଚ୍ଚୋଟତାର ସହିତ ବଜାୟ ରଖିବ। ଉଭୟ ଦେଶ ସମ୍ପର୍କକୁ ଆଗକୁ ନେବା ପାଇଁ ପ୍ରତିବଦ୍ଧ। ଏବେ ସୀମାରେ ଶାନ୍ତି ଏବଂ ସ୍ଥିରତାର ବାତାବରଣ ରହିଛି ଏବଂ ଆମର ସମ୍ପର୍କକୁ ଏକ ସକାରାତ୍ମକ ଦିଗ ମିଳିଛି। ଆମେ ପାରସ୍ପରିକ ବିଶ୍ୱାସ ସହିତ ଆଗକୁ ବଢ଼ିବୁ। ସମ୍ପର୍କରେ ସୁଧାର ଆସିବା ପରେ ଏବେ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି। ଆଗକୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ ହେବ। ଉଭୟ ଦେଶର ୨.୮ ବିଲିୟନ ଲୋକଙ୍କ ସ୍ୱାର୍ଥ ଆମ ସହଯୋଗ ସହିତ ଜଡିତ। ଏହା ମାନବତାର କଲ୍ୟାଣକୁ ମଧ୍ୟ ପ୍ରୋତ୍ସାହିତ କରିବ। ଆମେ ଆମର ସମ୍ପର୍କକୁ ଆହୁରି ଉନ୍ନତ କରିବୁ। ଏସସିଓର ସଫଳ ଅଧ୍ୟକ୍ଷତା ପାଇଁ ମୁଁ ଚୀନକୁ ଅଭିନନ୍ଦନ ଜଣାଉଛି।"
pm modi | Xi Jinping