ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାର ସବୁଠାରୁ ବଡ଼ କାରଣ ହେଉଛି ଅସାବଧାନତା ଏବଂ ଶୀଘ୍ରତା। ସମୟସମୟରେ ସାମାନ୍ୟ ଭୁଲ ବି ମଣିଷର ଜୀବନ ନେଇ ଯାଉଥିବା ବେଳେ ଏମିତି କିଛି ଘଟଣା ଅଛି ଯେଉଁଥିରେ ମଣିଷ ମୃତ୍ୟୁ ମୁଖରୁ ବି ଫେରି ଆସିଥାଏ। ଏମିତି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି।
ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା ଦେଖି ଲୋକଙ୍କ ଲୋମମୂଳ ଟାଙ୍କୁରି ଉଠୁଛି। ଦଇବ ହୋଇଛି ଶାହା.... ବ୍ୟକ୍ତିଙ୍କର ଭାଗ୍ୟ ଭଲ ଥିଲା ବୋଲି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଆସିଥିବା ଲୋକେ ପ୍ରତିକ୍ରିୟା ଦେଇଛନ୍ତି।