ନୂଆଦିଲ୍ଲୀ: ଏୟାର୍‌ ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନରେ ଜଣେ ମହିଳାଙ୍କୁ ଗୋଟାଏ କଙ୍କଡ଼ାବିଛା ଦଂଶନ କରିଥିବା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

Advertisment

ସଂଗୃହୀତ ସୂଚନା ଅନୁସାରେ, ୨୦୨୩ ଏପ୍ରିଲ୍‌ ୨୩ ତାରିଖ ଦିନ ଏୟାର୍‌ ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନ ନମ୍ବର ‘ଏଆଇ ୬୩୦’ରେ ଏହି ଅଭୂତପୂର୍ବ ଘଟଣାଟି ଘଟିଛି। ବିମାନ ଅବତରଣ କରିବା ମାତ୍ରେ ଉକ୍ତ ମହିଳାଙ୍କ ଚିକିତ୍ସା ଆରମ୍ଭ କରିବା ଲାଗି ଡାକ୍ତର ବ୍ୟବସ୍ଥା କରି ପ୍ରସ୍ତୁତ ରହିବାକୁ ମୁମ୍ବାଇ ବିମାନ ବନ୍ଦରକୁ ଖବର ପଠାଯାଇଥିଲା।

publive-image Image Courtesy of Catch News

ସେହି ଅନୁଯାୟୀ, ମୁମ୍ବାଇ ବିମାନ ବନ୍ଦରରେ ଉପସ୍ଥିତ ଥିବା ମେଡିକାଲ୍‌ ଟିମ୍‌ କଙ୍କଡ଼ାବିଛା ଦଂଶନର ସରବ୍ୟ ହୋଇଥିବା ମହିଳାଙ୍କର ଚିକିତ୍ସା କରିଥିଲେ। ପରେ ତାଙ୍କୁ ଗୋଟାଏ ଡାକ୍ତରଖାନାକୁ ନିଆଯାଇ ସେଠାରୁ ଛାଡ଼ି ଦିଆଯାଇଥିଲା ଏବେ ସେ ଭଲ ଅଛନ୍ତି।

publive-image Image Courtesy of Rediff

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ଏୟାର୍‌ ଇଣ୍ଡିଆ’ କହିଛି: ୨୦୨୩ ଏପ୍ରିଲ୍‌ ୨୩ ତାରିଖ ଦିନ ଆମ ବିମାନ ନମ୍ବର ‘ଏଆଇ୬୩୦’ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ କଙ୍କଡ଼ାବିଛା ଦଂଶନ କରିବା ଭଳି ଅତ୍ୟନ୍ତ ବିରଳ ଓ ଦୁଃଖଦ ଘଟଣା ଘଟିଛି। ଅବତରଣ ପରେ ବିମାନ ବନ୍ଦରରେ ଥିବା ଡାକ୍ତର ସେ ଯାତ୍ରୀଙ୍କର ଚିକିତ୍ସା କରିଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇ ଛାଡ଼ି ଦିଆଯାଇଥିଲା। ଅସୁସ୍ଥ ଯାତ୍ରୀଙ୍କ ସହିତ ଆମ ଅଧିକାରୀମାନେ ଡାକ୍ତରଖାନାକୁ ଯାଇଥିଲେ ଓ ସେ ଡାକ୍ତରଖାନାରୁ ବିଦା ହେବା ପର୍ଯ୍ୟନ୍ତ ତାଙ୍କ ସାଥିରେ ଥିଲେ।

ସେପଟେ, ଆମ ଟିମ୍‌ ଉକ୍ତ ବିମାନ ଭିତରେ ତନ୍ନ ତନ୍ନ କରି ଖୋଜାଖୋଜି କରିବା ପରେ କଙ୍କଡ଼ା ବିଛାଟିକୁ ଠାବ କରି ବାହାର କରିଥିଲେ।