ଲଣ୍ଡନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁକ୍ତରାଜ୍ୟ (ୟୁକେ) ଗସ୍ତ ସମୟରେ,ବ୍ରିଟେନ ସହିତ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ସ୍ୱାକ୍ଷର କରିଛି ଭାରତ। ଭାରତର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ତାଙ୍କର ବ୍ରିଟିଶ ପ୍ରତିପକ୍ଷ ଜୋନାଥନ ରେନାଲ୍ଡସ୍ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି।
ଏହି ଚୁକ୍ତିନାମା ସହିତ, ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବେ। ଏହି ଚୁକ୍ତିନାମା ଉଭୟ ଦେଶରେ ନିବେଶ ବୃଦ୍ଧି କରିବ ଏବଂ ସାଧାରଣ ଲୋକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।
ଏହି ଚୁକ୍ତିନାମା ସହିତ, ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବେ। ଏହି ଚୁକ୍ତିନାମା ଉଭୟ ଦେଶରେ ନିବେଶ ବୃଦ୍ଧି କରିବ ଏବଂ ସାଧାରଣ ଲୋକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ। ଏହି ଚୁକ୍ତିନାମା ଅନୁଯାୟୀ, ଦେଶର ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ, କାରଣ ଏଫଟିଏ ଅନୁଯାୟୀ, ଔଷଧ, ପୋଷାକ, ଇଲେକ୍ଟ୍ରୋନିକ୍ସ ଠାରୁ ଆରମ୍ଭ କରି ଫ୍ୟାଶନ ସାମଗ୍ରୀ ଶସ୍ତା ହୋଇଯିବ। ଆଉ କେତେକ ସାମଗ୍ରୀ ମହଙ୍ଗା ହେବ ।
ତେବେ ଆଉ ଏକ ସାମଗ୍ରୀ ଶସ୍ତା ହେବାର ସମ୍ଭାବନା ରହିଛି- ତାହା ହେଉଛି ବ୍ରିଟେନରୁ ଆମଦାନୀ ହେଉଥିବା ମଦ । ପୂର୍ବରୁ ଏସବୁ ପ୍ରିମିୟମ ମଦ (ସ୍କଚ ହ୍ବିସ୍କି) ଉପରେ ଭାରତ ସରକାର ୧୫୦ ପ୍ରତିଶତ ଟିକସ ଆଦାୟ କରୁଥିଲେ, ଏହି ଚୁକ୍ତି ପରେ ଏବେ ସରକାର ୭୫ ପ୍ରତିଶତ ଟିକସ ଆଦାୟ କରିବେ । ଏହା ଦ୍ବାରା ଭାରତରେ ପ୍ରିମିୟମ ସ୍କଟ ହ୍ବିସ୍କି ଆପେକ୍ଷାକୃତ ଶସ୍ତାରେ ମିଳିବ ।