ଭୋପାଳ : ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି । ମୋଦୀ ସରକାର ଦେଶରେ ବୁଲେଟ ଟ୍ରେନ ଚଳାଇବାକୁ ଯାଉଛନ୍ତି, ଭାରତୀୟଙ୍କୁ ମହାକାଶକୁ ପଠାଉଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଦେଶ ଏବେ ବି ମୌଳିକ ଭିତ୍ତିଭୂମି ଓ ଆବଶ୍ୟକତାକୁ ନେଇ ସଂଘର୍ଷ କରିଚାଲିଛି । ଏହି ନିଷ୍ଠୁର ବାସ୍ତବିକତାକୁ ମନେପକାଇଦେଇଛି ମଧ୍ୟପ୍ରଦେଶର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।

Advertisment

ମଧ୍ୟପ୍ରଦେଶର ଶିଓପୁର ଜିଲ୍ଲା ବିଜୟପୁର ବ୍ଲକ ହୁଲପୁର ଗାଁରେ ଥିବା ଏହି ସ୍କୁଲରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ସ୍କୁଲର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକି ସରକାରଙ୍କ ସବୁ ବିକାଶ ଦାବିକୁ ମିଛ ପ୍ରମାଣିତ କରିଦେଇଛି । ଭିଡିଓରେ ଦେଖାଯାଉଛି ଯେ ଛୋଟ ଛୋଟ ପିଲାମାନେ, ଯେଉଁମାନଙ୍କ ମଧ୍ୟରେ ଦିବ୍ୟାଙ୍ଗ ମଧ୍ୟ ଅଛନ୍ତି, ସେମାନେ ଖବରକାଗଜ ଓ ରଦ୍ଦି କାଗଜରେ ମଧ୍ୟାହ୍ନ ଭୋଜନ (Mid-Day Meal) ଖାଉଛନ୍ତି । ସ୍କୁଲ ବାହାରେ ସେମାନେ ବସି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ନା ମୁଣ୍ଡ ଉପରେ ସେମାନଙ୍କ ଛାତ ଅଛି, ନାଁ ତଳେ ସିମେଣ୍ଟ ଚଟାଣ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟର ବିଜେପି ସରକାର ମଧ୍ୟାହ୍ନ ଭୋଜନର ଗୁଣବତ୍ତା ବଢାଇବାକୁ କହି ନିର୍ବାଚନ ଜିତିଥିଲେ । ସେହିପରି କେନ୍ଦ୍ର ସରକାର ପିଏମ ପୋଷଣ ସ୍କିମରେ ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଦେବା କଥା କହୁଛନ୍ତି ।

ଆହୁରି ପଢନ୍ତୁ : Vande Mataram : କଂଗ୍ରେସ ଅଧିବେଶନରେ ବନ୍ଦେ ମାତରମ ଗୀତକୁ ଖଣ୍ଡ ଖଣ୍ଡ କରିଦିଆଯାଇଥିଲା

ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଏହି ଘଟଣା ଜଣାପଡ଼ିବା ପରେ ଶିଓପୁର ଜିଲ୍ଲାପାଳ ଅର୍ପିତ ବର୍ମା ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମଧ୍ୟାହ୍ନ ଭୋଜନ ସହ ସଂପୃକ୍ତ ଏନଜିଓକୁ ଏହି ଦାୟିତ୍ବରୁ ବାହାର କରିଦିଆଯାଇଛି । ସେହିପରି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନୋଟିସ ଜାରି କରାଯାଇଛି । 

ଆହୁରି ପଢନ୍ତୁ : Jaipur Vegetable Seller: ରାତାରାତି କୋଟିପତି ହେଲେ ପରିବା ବିକ୍ରେତା