ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟ୍ କ୍ୟାମ୍ପସରେ ସ୍କ୍ରିନିଂ ହେଲା ବିବିସିର ବିବାଦୀୟ ଗୋଧ୍ରା ଦଙ୍ଗା ଡକ୍ୟୁମେଣ୍ଟାରି

ପୁଣେ: ପୁଣେସ୍ଥିତ ଫିଲ୍ମ ଆଣ୍ଡ ଟିଭି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏଫଟିଆଇଆଇ)ର କ୍ୟାମ୍ପସ୍‌ ପରିସରରେ ୨୦୦୨ର ଗୋଧ୍ରା ଦଙ୍ଗା ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରି ପ୍ରଦର୍ଶିତ କରାଯାଇଛି ବୋଲି ଶନିବାର ଦିନ ଏଫଟିଆଇଆଇ ଛାତ୍ର ସଂଘ ଦାବି କରିଛି।

ଏଫଟିଆଇଆଇ ଛାତ୍ର ସଂଘ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି, ଜାନୁଆରି ୨୬ରେ ନିଷିଦ୍ଧ ବିବିସି ଡକ୍ୟୁମେଣ୍ଟାରି ‘ଦି ମୋଦୀ କ୍ୱେଶଚେନ୍‌’କୁ ଆମେ ଏଫ୍‌ଟିଆଇଆଇଆଇରେ ସ୍କ୍ରିନିଂ କରିଥିଲୁ।
କେନ୍ଦ୍ର ସରକାର ଗତ ସପ୍ତାହରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର ଏବଂ ୟୁଟ୍ୟୁବକୁ ‘ଡକ୍ୟୁମେଣ୍ଟାରୀ ଇଣ୍ଡିଆ: ଦି ମୋଦୀ କ୍ୱେଶଚେନ’ର ଲିଙ୍କକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏହି ଡକ୍ୟୁମେଣ୍ଟାରୀକୁ ଏକ ପ୍ରଚାର ଭାବରେ ଆଖ୍ୟା ଦେବା ସହ ଏଥିରେ ପ୍ରାମାଣିକତାର ଅଭାବ ଅଛି ଏବଂ ଏହା ଏକ ଉପନିବେଶବାଦୀ ମାନସିକତାକୁ ପ୍ରତିଫଳିତ କରୁଛି ବୋଲି କହି ଏହାକୁ ‘ଟ୍ରାସ୍‌’ କରି ଦେଇଥିଲା। ଆସୋସିଏସନର ବିବୃତିରେ କୁହାଯାଇଛି, ସାହିତ୍ୟ, ସଂଗୀତ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସାମ୍ପ୍ରତିକ ସମୟରେ ଏକ ଭୁଶୁଡି ପଡିଥିବା ସମାଜର ସଙ୍କେତ ହୋଇଛି।

ଏଫଟିଆଇଆଇ ରେଜିଷ୍ଟ୍ରାର ସୟିଦ ରବିହସମି କହିଛନ୍ତି, ଆମେ ଜାଣିବାକୁ ପାଇଛୁ କି  ଛାତ୍ରମାନଙ୍କର ଏକ ଗୋଷ୍ଠୀ ଏହି ଡକ୍ୟୁମେଣ୍ଟାରିର ସ୍କ୍ରିନିଂ କରିଛନ୍ତି। ଏହି ଘଟଣାର ଅନୁଧ୍ୟାନ କରାଯିବ।

ଗତ କିଛି ଦିନ ମଧ୍ୟରେ ଜାତୀୟ ରାଜଧାନୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଆମ୍ବେଦକର ବିଶ୍ୱବିଦ୍ୟାଳୟ ସମେତ ଅନେକ ଶିକ୍ଷାନୁଷ୍ଠାନର ଛାତ୍ରମାନେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରି ସ୍କ୍ରିନିଂ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କେରଳରେ କଂଗ୍ରେସ ଗୁରୁବାର ଏହି କାର୍ଯ୍ୟକ୍ରମର ସ୍କ୍ରିନିଂ କରିଛି।

ସମ୍ବନ୍ଧିତ ଖବର