ଲକ୍ଷ୍ନୌ: ୟୁପିର ବରେଲି ଏସଡିଏମ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ବିବାଦ ବର୍ତ୍ତମାନ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଜ୍ୟୋତି ଏବଂ ଆଲୋକ ପରସ୍ପର ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ଜ୍ୟୋତିଙ୍କ ସ୍ୱାମୀ ଆଲୋକ ଜଣେ ସଫେଇ କର୍ମଚାରୀ ହୋଇଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ ସେ ଜ୍ୟୋତିଙ୍କୁ ପିସିଏସ ହେବାରେ ସମର୍ଥନ କରିଥିଲେ ଏବଂ ତାଙ୍କ ପ୍ରସ୍ତୁତି ଓ ଅଧ୍ୟୟନକୁ ମଧ୍ୟ ସମର୍ଥନ କରିଥିଲେ। କିନ୍ତୁ ଏସଡିଏମ ହେବା ପରେ ଜ୍ୟୋତି ଅନ୍ୟ ଜଣେ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରି ତାଙ୍କୁ ଧୋକା ଦେଇଥିଲେ।

Advertisment

ଏବେ ଦୁହିଁଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି କୋର୍ଟରେ ଚାଲିଥିବା ବେଳେ ଜ୍ୟୋତିଙ୍କୁ ସାରା ଦେଶ ନିନ୍ଦା କରୁଛି। ଏମଧ୍ୟରେ ଆଉ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। ଜ୍ୟୋତି ଓ ଆଲୋକ ୨୦୧୦ରେ ବିବାହ କରିଥିବା ବେଳେ ଏବେ ଦୁହିଁଙ୍କ ବିବାହର ନିମନ୍ତ୍ରଣ କାର୍ଡ ଭାଇରାଲ ହେଉଛି, ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ବିବାହ ସମୟରେ ଆଲୋକ ନିଜକୁ ଗ୍ରାମ ପଞ୍ଚାୟତ ଅଧିକାରୀ ବୋଲି କହି ବିବାହ କରିଥିଲେ।

ज्योति मौर्य के पिता ने आलोक मौर्य को लेकर खोले कई राज

ଜ୍ୟୋତିଙ୍କୁ ନିନ୍ଦା କରାଯାଉଥିବା ବେଳେ ତାଙ୍କ ବାପା ଆଜ୍ ତକକୁ ସାକ୍ଷାତକାର ଦେଇ କହିଛନ୍ତି, ବିବାହ ସମୟରେ ଆଲୋକଙ୍କ ପରିବାର କହିଥିଲେ ଯେ ଆଲୋକ ମୌର୍ଯ୍ୟ ହେଉଛନ୍ତି ଗ୍ରାମ ପଞ୍ଚାୟତ ଅଧିକାରୀ। ଏବଂ ବର ପକ୍ଷରୁ ବିବାହ ନିମନ୍ତ୍ରଣ କାର୍ଡରେ ମଧ୍ୟ ଏହା ଛପା ଯାଇଥିଲା। ଏବେ ଆଲୋକ ନିଜକୁ  ସଫେଇ କର୍ମଚାରୀ ବୋଲି କହୁଛନ୍ତି। ସେ ବିବାହ ସମୟରେ ଆମକୁ ଧୋକା ଦେଇଥିଲେ ନା ଏବେ ଦେଉଛନ୍ତି ତାହା ଜାଣିବା ଅସମ୍ଭବ। ଗୋଟିଏ ମିଛକୁ ନେଇ ଗଢ଼ି ଉଠିଥିବା ସମ୍ପର୍କ କେମିତି ଆଗକୁ ବଢ଼ିପାରିବ? ବୋଲି ଜ୍ୟୋତିଙ୍କ ବାପା ପ୍ରଶ୍ନ କରିଛନ୍ତି।