ଆଲିଗଡ: ବଲିଉଡ ଅଭିନେତା ନସିରୁଦ୍ଦିନ ଶାହାଙ୍କ ବଡ ଝିଅର ଜନ୍ମ ପ୍ରମାଣପତ୍ର ଦେବାକୁ ଆଲିଗଡ ଏସଡିଏମ ବା ଅତିରିକ୍ତ ଜିଲ୍ଲାପାଳ ମନା କରିଦେଇଛି। ସେ କହିଛନ୍ତି ଯେ ଯଦି ସେ ଏକ ଜନ୍ମ ପ୍ରମାଣପତ୍ର ପାଇବାକୁ ଚାଁହୁଛନ୍ତି, ତେବେ ତାଙ୍କର କେହି ରକ୍ତ ସମ୍ପର୍କୀୟଙ୍କୁ ଏଠାକୁ ଆସି ଆବେଦନ କରିବାକୁ ପଡ଼ିବ | ଏହା ସହିତ, ଏହା ପଛର କାରଣ ମଧ୍ୟ ଜଣାଇବାକୁ ପଡ଼ିବ ଯେ ତାଙ୍କୁ ୫୩ ବର୍ଷ ପରେ ଜନ୍ମ ପ୍ରମାଣପତ୍ରର ଆବଶ୍ୟକତା କାହିଁକି ପଡିଲା ? ବାସ୍ତବରେ ଅଭିନେତା ନସିରୁଦ୍ଦିନ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଜଣେ ପ୍ରାଧ୍ୟାପକ ବନ୍ଧୁଙ୍କ ସହାୟତାରେ ଝିଅ ହିବାଙ୍କର ଜନ୍ମ ପ୍ରମାଣପତ୍ର ପାଇଁ ନଗର ନିଗମରେ ଆବେଦନ କରିଥିଲେ | ଏହି ଆବେଦନରେ ସେ ଦର୍ଶାଇଥିଲେ ଯେ ତାଙ୍କ ଝିଅଙ୍କର ଜନ୍ମ ୨୦ ଅଗଷ୍ଟ ୧୯୭୦ ମସିହାରେ ଆଲିଗଡର ଟିକରାମ ନର୍ସିଂହୋମରେ ହୋଇଥିଲା |

Advertisment

ଆଉ ଏହାର ଏକ ଜନ୍ମ ପ୍ରମାଣପତ୍ର ତାଙ୍କୁ ଦିଆଯାଉ | ଏନେଇ ଅତିରିକ୍ତ ମ୍ୟୁନିସିପାଲିଟି କମିଶନର ରାକେଶ କୁମାର ଯାଦବ କହିଛନ୍ତି ଯେ ପ୍ରାୟ ୫୩ ବର୍ଷ ପରେ ଏହି ସାର୍ଟିଫିକେଟ୍ ମଗାଯାଇଛି। ତେଣୁ, ନିୟମ ଅନୁଯାୟୀ, ନଗର ନିଗମକୁ ଏହି ପ୍ରସଙ୍ଗରେ ଏସଡିଏମ ରିପୋର୍ଟ ମାଗିଥିଲେ। ଏହା ପରେ, ଏହି ଆବେଦନକୁ ଏସଡ଼ିଏମ ସ୍ତରରୁ ବାତିଲ କରାଯାଇଛି | ଅତିରିକ୍ତ ମ୍ୟୁନିସିପାଲିଟି କମିଶନର କହିଛନ୍ତି ଯଦି ପ୍ରମାଣପତ୍ର ଆବଶ୍ୟକ ହୁଏ, ତେବେ ହିବାଙ୍କୁ କୌଣସି ସମ୍ପର୍କୀୟଙ୍କୁ ଆଣି (ଯାହାର ରକ୍ତ ସମ୍ପର୍କ ଥିବ) ଆବେଦନ କରିବାକୁ ପଡିବ। ଏହା ସହିତ, ତାଙ୍କ ଜନ୍ମ ତାରିଖ ସମ୍ବନ୍ଧରେ କୌଣସି ଯାଞ୍ଚ ହୋଇଥିବା ଡକ୍ୟୁମେଣ୍ଟ୍ କିମ୍ବା ଆଫିଡେଭିଟ୍ ଦେବାକୁ ପଡିବ | ୫୩ ବର୍ଷ ପରେ କାହିଁକି ସେ ଏହି ଜନ୍ମ ପ୍ରମାଣପତ୍ର ଆବଶ୍ୟକ ପଡିଲା ତାହା ମଧ୍ୟ ଜଣାଇବାକୁ ପଡିବ | ଏହା ପରେ ହିଁ ତାଙ୍କୁ ଜନ୍ମ ପ୍ରମାଣପତ୍ର ଦେବା ପାଇଁ ବିଚାର କରାଯିବ ।