ଏନ୍‌ଆଇଏ ଦ୍ବାରା ଏସ୍‌ଡିପିଆଇ ନେତାଙ୍କ ଘର ତଲାସି: ପିଏଫ୍‌ଆଇର ପୂର୍ବତନ ସେକ୍ରେଟାରିଙ୍କ ଘରେ ଚଢ଼ଉ

ମହୀଶୂର : ଏନ୍‌ଆଇଏ ପକ୍ଷରୁ ଶନିବାର କର୍ଣ୍ଣାଟକର ହୁବାଲି ଓ ମହୀଶୂର ଅଞ୍ଚଳରେ ଚଢ଼ଉ କରାଯାଇଛି। ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (ଏସ୍‌ଡିପିଆଇ)ର ଦୁଇ ଜଣ ନେତାଙ୍କ ଘରେ ଚଢ଼ଉ ହୋଇଛି। ଏସ୍‌ଡିପିଆଇ ନେତା ଇସମାଇଲ ନାଲାବନ୍ଦଙ୍କ ହୁବାଲି-ସ୍ଥିତ ଘରେ ଚଢ଼ଉ କରାଯାଇଥିବା ବେଳେ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ର ପୂର୍ବତନ ସମ୍ପାଦକ ସୁଲେମାନଙ୍କ ମହୀଶୂର ସ୍ଥିତ ଘରେ ଏନ୍‌ଆଇଏ ଅଧିକାରୀମାନେ ଚଢ଼ଉ କରିଛନ୍ତି। ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ପିଏଫ୍‌ଆଇକୁ କିଛିଦିନ ତଳେ ପାଞ୍ଚବର୍ଷ ପାଇଁ ନିଷିଦ୍ଧ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର