ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ରେସ୍‌ପୋନ୍ସ ଫୋର୍ସ (ଏସ୍‌ଡିଆର୍‌ଏଫ୍) ଅନ୍ତର୍ଗତ ପାଣ୍ଠି ବୃଦ୍ଧି କରିବା ପାଇଁ ଆଜି ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଦାବି କରିଛନ୍ତି।

Advertisment

କରୋନା ସମ୍ପର୍କିତ ଆଲୋଚନାରେ ଭାଗ ନେଇ ସାଂସଦ ଶ୍ରୀ ମହତାବ କହିଛନ୍ତି ଯେ, ରାଜ୍ୟକୁ ଚଳିତବର୍ଷ ଏପ୍ରିଲରେ ଏସ୍‌ବିଆରଏଫ୍ ପାଣ୍ଠି ଅନ୍ତର୍ଗତ ୧ ହଜାର ୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଠିକ୍ ସମୟରେ ଏସ୍‌ବିଆରଏଫ୍ ପାଣ୍ଠି ପଠାଯାଇଛି, ଯାହାକି ଅତ୍ୟନ୍ତ ସ୍ବାଗତ୍‌ଯୋଗ୍ୟ। ତେବେ, ଏସ୍‌ବିଆରଏଫ୍ ପାଣ୍ଠିରୁ ୩୫% ଅର୍ଥ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି। ଏହି ପ୍ରତିଶତକୁ ବୃଦ୍ଧି କରାଗଲେ ଅଧିକ ଅର୍ଥ କରୋନା ମୁକାବିଲା ଓ ସଚେତନତା କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇପାରିବ ବୋଲି ସେ କହିଛନ୍ତି।