ବଢ଼ୁଛି ସମୁଦ୍ରିକ ତାପମାତ୍ରା; ଭାରତକୁ ମାଡିଆସୁଛି ବିପଦ!

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଭାରତର ଦକ୍ଷିଣ-ପୂର୍ବ ସ୍ଥିତ ହିନ୍ଦ ମହାସାଗର ଏବଂ ଦକ୍ଷିଣ-ପଶ୍ଚିମ ମହାସାଗରର ତାପମାତ୍ରା । ବାକି ସମୁଦ୍ର ତୁଳନାରେ ହିନ୍ଦ ମହାସାଗର ଏବଂ ଦକ୍ଷିଣ-ପଶ୍ଚିମ ମହାସାଗରର ତାପମାତ୍ରା ତିନିଗୁଣା ବଢୁଛି । ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ମହାଶାଗରରେ ତାପମାତ୍ରା ବଢିବା କାରଣରୁ ଦକ୍ଷଣ-ପୂର୍ବ ଏସିଆ ଏବଂ ଦକ୍ଷିଣ ଆଷ୍ଟ୍ରେଲିଆର ଅନେକ ସ୍ଥାନ ଜଳମଗ୍ନ ହୋଇଯିବାର ସମ୍ବାବନା ସୃଷ୍ଟି ହୋଇଛି । ଏ ନେଇ ଚେତାବନୀ ଦେଇଛନ୍ତି ବିଶ୍ୱ ପାଣିପାଗ ବିଶେଷଜ୍ଞ ।

ଡବ୍ଲ୍ୟୁ.ଏମ୍ଓ. ବା ୱାଲ୍ଡ ମେଟ୍ରୋଲୋଜିକାଲ ଅରଗାନାଇଜେସନ୍ ଅନୁଯାୟୀ, ତାପମାତ୍ରା ବଢିବା କାରଣରୁ ପ୍ରତିବର୍ଷ ଅଷ୍ଟ୍ରେଲିୟା ଜଙ୍ଗଲରେ ନିଆଁ ଲାଗୁଛି… ଆଗକୁ ଜଙ୍ଗଲ ନିଆଁ ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । କେବଳ ଏତିକି ନୁହେଁ ଆସନ୍ତା ୫ବର୍ଷ ମଧ୍ୟରେ ହିମାଳୟର ଗ୍ଲେସିୟର ତରଳିଯିବ । ଯାହା ଭାରତ ଦେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି କରିବ ।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି, ସମୁଦ୍ରର ତାପମାତ୍ରା ଆଉ ୨ଡିଗ୍ରି ବଢିବା ପୂର୍ବରୁ ବିପଦ ଥିବା ଦେଶଗୁଡିକୁ ଉଚିତ୍ ପଦକ୍ଷେପ ନେବାକୁ ପଡିବ । ୧୯୯୩ ମସିହାଠୁ ଆରମ୍ଭ କରି ଏବେ ଯାଏଁ ଦୁଇଗୁଣା ବଢିଛି ସମୁଦ୍ରିକ ତାପମାତ୍ରା । ତେଣୁ ଏବେଠୁ ଯଦି କୌଣସି ପଦକ୍ଷେପ ନିଆନଯାଏ ତେବେ ଆଗକୁ ଭାରତ, ଅଷ୍ଟ୍ରେଲିଆ ସମେତ ଅନ୍ୟ ସାମୁଦ୍ରିକ ନିକଟବର୍ତ୍ତି ଦେଶଗୁଡିକ ନିଆଁ ଏବଂ ପାଣିରେ ବିଲୀନ ହୋଇଯିବା ସମ୍ବାବନା ରହିଛି ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର