ୱାସିଂଟନ: ଗତ ମଙ୍ଗଳବାରଠାରୁ ଏକ ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ନିଖୋଜ ହୋଇଯାଇଛି। ଏଥିରେ ଥିବା ୫ ଜଣ ଲୋକଙ୍କୁ ସେମାନଙ୍କ ପାଖରୁ ଅମ୍ଳଜାନ ସରିବା ପୂର୍ବରୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଆମେରିକା ଓ କାନାଡ଼ାର ଜାହାଜ କର୍ମଚାରୀ ଓ ତଟରକ୍ଷୀମାନେ ଉତ୍ତର ଆଟ୍‌ଲାଣ୍ଟିକ୍ ମହାସାଗରରେ ଦୁଇଦିନ ହେଲା ଖୋଜାଖୋଜି କରିବା ପରେ ବୁଧବାର ସେମାନେ ସମୁଦ୍ରତଳୁ କିଛି ଶବ୍ଦ ଶୁଣିଥିବା ପ୍ରକାଶ କରିଛନ୍ତି। ଏକ କାନାଡ଼ୀୟ ବିମାନ କର୍ମଚାରୀମାନେ ଖୋଜାଖୋଜି ଚାଲିଥିବା ଅଞ୍ଚଳର ସମୁଦ୍ରତଳୁ ଏହି ଶବ୍ଦ ଶୁଣିଥିଲେ। ଏହାପରେ ସେମାନେ ଶବ୍ଦ କେଉଁଠୁ ଆସୁଛି ଜାଣିବା ପାଇଁ ଚେଷ୍ଟା ଚଳାଇଥିଲେ। କିନ୍ତୁ ଆମେରିକା ତଟରକ୍ଷୀମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ ସେମାନେ ଶବ୍ଦ ଉତ୍ସର ସନ୍ଧାନ ପାଇପାରି ନାହାନ୍ତି। ମଙ୍ଗଳବାର ସକାଳ ସୁଦ୍ଧା ସେମାନେ ୧୦,୦୦୦ ବର୍ଗମାଇଲ ଅଞ୍ଚଳରେ ଖୋ‌ଜାଖୋଜି ସାରିଲେଣି।