ୱାଶିଂଟନ୍: ନାସା ଦୀର୍ଘ ଦିନ ଧରି ଲାଲ ଗ୍ରହ ମଙ୍ଗଳରେ ଅନୁସନ୍ଧାନରେ କାର୍ଯ୍ୟ କରିଆସୁଛି। ଏହି ସମୟରେ, ନାସା ମଙ୍ଗଳ ଗ୍ରହରେ କିଛି ଆବିଷ୍କାର କରିଛି ଯାହା ଏକ ଗୁପ୍ତଧନଠାରୁ କମ୍ ନୁହେଁ। ଏହା ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ହଳଦିଆ ଗୁପ୍ତଧନ ମଙ୍ଗଳ ଗ୍ରହର ଏକ ପଥରରେ ମିଳିଛି। ନାସାର କ୍ୟୁରିଓସିଟି ରୋଭର ହଠାତ୍ ପଥର ଭାଙ୍ଗିଥିଲା। ପଥର ଭାଙ୍ଗିବା ପରେ ରୋଭର ଏଥିରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିଥିଲା।

Advertisment

ନାସାର ରୋଭରର ଓଜନ ୮୯୯ କିଲୋଗ୍ରାମ। ଯେତେବେଳେ ଭାରୀ ରୋଭରର ଚକ ଏକ ପଥର ଉପରେ ପଡିଲା, ତାହା ଭାଙ୍ଗି ଯାଇଥିଲା। ଯେତେବେଳେ ରୋଭରର କ୍ୟାମେରା ଏହାକୁ ଦେଖିଲା, ସେତେବେଳେ ଶୁଦ୍ଧ ସରଫରର ସ୍ପଟିକ ଏଥିରେ ଦେଖିବାକୁ ମିଳିଥିଲା।

ଏହି ହଳଦିଆ ରଙ୍ଗର ସ୍ପଟିକଗୁଡିକ ଅତି ଉଜ୍ଜ୍ୱଳ ଥିଲା। ଯଦିଓ ମଙ୍ଗଳ ଗ୍ରହରେ ସଲଫେଟ୍ ମିଳିବା ସାଧାରଣ କଥା। କିନ୍ତୁ ପ୍ରଥମ ଥର ପାଇଁ ଲାଲ୍ ଗ୍ରହରେ ଶୁଦ୍ଧ ରୂପରେ ସଲଫର ମିଳିବା ନେଇ ବୈଜ୍ଞାନିକମାନେ ଅଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଗେଡ୍ସ ୱାଲିସ୍ ଚ୍ୟାନେଲରେ ଏହି ପଥରର ସନ୍ଧାନ ମିଳିଛି। ଏହି ଅଞ୍ଚଳ ପଥରରେ ପରିପୂର୍ଣ୍ଣ । ଅନୁମାନ କରାଯାଉଛି ଏହି ଅଞ୍ଚଳ ସଲଫର ଅର୍ଥାତ୍ ଗନ୍ଧକରେ ପରିପୂର୍ଣ୍ଣ ହୋଇପାରେ।

ଏହି ଆବିଷ୍କାରରୁ ଜଣାପଡିଛି ଯେ କେତେକ ସ୍ଥାନରେ ମୌଳିକ ଗନ୍ଧକ ପ୍ରଚୁର ହୋଇପାରେ। ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀର କ୍ୟୁରିଓସିଟି ପ୍ରୋଜେକ୍ଟ ବୈଜ୍ଞାନିକ ଅଶ୍ୱିନ୍ ଭାସାଭଦା କୁହନ୍ତି, ଶୁଦ୍ଧ ଗନ୍ଧକରୁ ନିର୍ମିତ ପଥରର ଏକ କ୍ଷେତ୍ର ଖୋଜିବା ମରୁଭୂମିରେ ଜଳ ପାଇବା ସଦୃଶ।

ସେ କହିଛନ୍ତି,ବର୍ତ୍ତମାନ ଏନେଇ ଆମକୁ ଅଧିକ ଅନୁସନ୍ଧାନ କରିବାକୁ ପଡ଼ିବ।'ଅଜବ ଏବଂ ଅପ୍ରତ୍ୟାଶିତ ଜିନିଷ ଆବିଷ୍କାର କରିବା ହିଁ ଗ୍ରହ ଅନୁସନ୍ଧାନକୁ ରୋମାଞ୍ଚକର କରିଥାଏ। ସାଇନ୍ସ ଆଲର୍ଟ ଡଟ୍ କମ୍ ଅନୁଯାୟୀ ସଲଫେଟ୍ ସୃଷ୍ଟି ହୁଏ ଯେତେବେଳେ ସଲଫର୍ ପାଣିରେ ଥିବା ଅନ୍ୟ ଖଣିଜ ପଦାର୍ଥ ସହିତ ମିଶିଯାଏ ଏବଂ ବାଷ୍ପୀଭୂତ ହୁଏ। ଏହାପରେ ସଲଫେଟ୍ ଖଣିଜ ପଦାର୍ଥକୁ ଛାଡି ଦେଇଥାଏ।

ଏହି ଖଣିଜ ପଦାର୍ଥ ମଙ୍ଗଳ ଗ୍ରହର ଇତିହାସ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ସକ୍ଷମ ହେବ। ବିଶେଷ କରି ଏହାର ଜଳ ଇତିହାସ ଏବଂ ସମୟ ସହିତ ଜଳବାୟୁ ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରିପାରିବ।

ତଥାପି, ଶୁଦ୍ଧ ସଲଫର ଗଠନ ପାଇଁ ବହୁତ ବିଶେଷ ସର୍ତ୍ତ ଆବଶ୍ୟକ ହୋଇଥାଏ। ଏଭଳି ପରିସ୍ଥିତି ଯାହା ବୈଜ୍ଞାନିକମାନେ ମଙ୍ଗଳ ଗ୍ରହର ଏହି ଅଞ୍ଚଳରେ ଘଟିଥିବ କେବେ ଭାବି ନ ଥିଲେ। ମଙ୍ଗଳ ଗ୍ରହରେ ମିଳୁଥିବା ଏହି ସଲଫର ସ୍ଫଟିକଗୁଡିକ ଦର୍ଶାଏ ଯେ ଲାଲ ଗ୍ରହରେ ବହୁତ କିଛି ଅଛି ଯାହା ବିଷୟରେ ଆମର କୌଣସି ଧାରଣା ନାହିଁ । ଏହା ବୁଝିବା ଅତ୍ୟନ୍ତ ଜରୁରୀ ଯେ ସଲଫର ସମସ୍ତ ଜୀବନ ପାଇଁ ଏକ ଜରୁରୀ ଉପାଦାନ। ତଥାପି, ମଙ୍ଗଳ ଗ୍ରହରେ ଗନ୍ଧକର ଉପସ୍ଥିତି ସୂଚିତ କରେ ନାହିଁ ଯେ ଏଠାରେ ଜୀବନ ଅଛି। ଯଦି ରୋଭର ଏହି ରାସ୍ତାରେ ଯାଇ ନ ଥାନ୍ତା, ତେବେ ଏତେ ବଡ ଆବିଷ୍କାର କେବେ ହୋଇ ପାରି ନ ଥାନ୍ତା ବୋଲି ବୈଜ୍ଞାକିକ ମତପୋଷଣ କରିଛନ୍ତି।