ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଳାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଭାରତୀୟ ସେନା ଯବାନମାନେ ବୁଧବାର ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ଦୁଇପକ୍ଷଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଯବାନ ମଧ୍ୟ ଆହତ ହୋଇଛନ୍ତି।
ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ଏହି ଏନକାଉଣ୍ଟରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଗୁଳିର ଶବ୍ଦ ଶୁଣାଯାଉଛି ଏବଂ ସେନା ଯବାନମାନେ ଏହି ଅପରେସନ୍ କରୁଥିବା ଦେଖାଯାଉଛି।
ବାରମୁଳା ଜିଲ୍ଲାର ସୋପୋରର ରାଫିଆବାଦ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଭାରତୀୟ ସେନା, ସିଆରପିଏଫ ଏବଂ ଜମ୍ମୁ ପୋଲିସର ମିଳିତ ଟିମ୍ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।
#WATCH | Baramulla, J&K: Encounter underway between security forces and terrorists at Hadipora area of PD Sopore.
— ANI (@ANI) June 19, 2024
(Visuals deferred by unspecified time) pic.twitter.com/P7TJfSa5FH
ସୁରକ୍ଷା ବାହିନୀ ସନ୍ଦେହଜନକ ସ୍ଥାନ ନିକଟରେ ପହଞ୍ଚିବା ମାତ୍ରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଉଭୟ ପାର୍ଶ୍ୱରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା।
ଏନକାଉଣ୍ଟର ହୋଇଥିବା ୨ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ଦୁଇ ଆତଙ୍କବାଦୀଙ୍କ ମୃତଦେହ ମିଳିଥିବା ପୋଲିସ ଅଧିକାରୀ ନିଶ୍ଚିତ କରିଛନ୍ତି। ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଏବେ ମଧ୍ୟ ଜାରି ରହିଛି। ସମଗ୍ର ଅଞ୍ଚଳରେ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି। ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି।
जम्मू-कश्मीर के बारामूला में मुठभेड़ pic.twitter.com/D2QxB0BJBW
— Deepak Pandey (@deepakpandeynn) June 19, 2024
ସୋମବାର ଭାରତୀୟ ସେନା ଉତ୍ତର କଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଜଣେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ। ସେଠାରେ ୨ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ମିଳିଥିଲା। ନିହତ ଆତଙ୍କବାଦୀଙ୍କ ନିକଟରୁ ଏମ-୪ ରାଇଫଲ ମିଳିଥିଲା।
J&K | Two terrorists eliminated in the ongoing Hadipora-Baramulla encounter, says Indian Army's Chinar Corps pic.twitter.com/yPPNRQJ2hL
— ANI (@ANI) June 19, 2024
ଏହାପୂର୍ବରୁ ଜୁନ୍ ୯ ରେ ଆତଙ୍କବାଦୀମାନେ ରିୟାସି ଜିଲ୍ଲାର ଶ୍ରଦ୍ଧାଳୁଙ୍କ ଭରପୂର ଏକ ବସ୍କୁ ଟାର୍ଗେଟ କରିଥିଲେ। ଯେଉଁ କାରଣରୁ ବସ୍ ଖାଲରେ ପଡ଼ିଯାଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।