ନୂଆଦିଲ୍ଲୀ: ଚୀନ୍ ପରେ କରୋନା ଭାଇରସ୍ରେ ସର୍ବାଧିକ ପ୍ରଭାବିତ ହୋଇଥିବା ଇଟାଲିରୁ ୨୬୩ ଜଣ ଭାରତୀୟ ଛାତ୍ରଙ୍କୁ ଭାରତ ସରକାର ସୁରକ୍ଷିତ ଦିଲ୍ଲୀ ଆଣିଛନ୍ତି। ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବୋଇଂ ବିମାନରେ ଏହି ଛାତ୍ରମାନେ ଆଜି ସକାଳେ ଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ଆଇଟିବିପିର ଚାୱଲା କ୍ବରାଣ୍ଟିନ୍ କେନ୍ଦ୍ରରେ ରଖାଯାଇଛି। ସପ୍ତାହକ ପୂର୍ବରୁ ୪୫୦ ଜଣ ଭାରତୀୟଙ୍କୁ କରୋନା ପ୍ରଭାବିତ ଇରାନ୍ ଏବଂ ଇଟାଲିରୁ ସୁରକ୍ଷିତ ଫେରାଇ ଅଣାଯାଇଥିଲା। କେନ୍ଦ୍ର ସରକାର ସମସ୍ତ ଅନ୍ତର୍ଜାତୀୟ ବିମାନର ଅବତରଣ ଭାରତରେ ବନ୍ଦ କରିଛନ୍ତି ଏବଂ କରୋନା ମୁକାବିଲା ପାଇଁ ବ୍ୟାପକ କଟକଣା ଲାଗୁ କରିଛନ୍ତି।
ଇଟାଲିରୁ ଫେରିଲେ ୨୬୩ ଭାରତୀୟ ଛାତ୍ର
/sambad/media/post_attachments/wp-content/uploads/2020/03/898855-indians-evacuated-italy.jpg)