ସିଏଏକୁ ନେଇ ମମତାଙ୍କ ଅଜବ ଦାବି

ଜାତିସଂଘ ଦ୍ବାରା ଦେଶରେ ଗଣଭୋଟ୍‌ ଦାବି କଲେ

କୋଲକାତା: ନାଗରିକତା ସଂଶୋଧନ ଆଇନ ଏବଂ ଏନ୍‌ଆର୍‌ସି ପ୍ରସଙ୍ଗରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଯେଉଁ ଦାବି ରଖିଛନ୍ତି ତାହା ସବୁ ମହଲକୁ ବିସ୍ମିତ କରିଛି। ଏହି ମାମଲାରେ ଜାତିସଂଘ ତତ୍ତ୍ବାବଧାନରେ ଭାରତରେ ଗଣଭୋଟ୍‌ କରାଯିବାକୁ ମମତା ଦାବି କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଚ୍ୟାଲେଂଜ କରିଛନ୍ତି । ନାଗରିକତା ସଂଶୋଧନ ଆଇନକୁ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ଜଟିଳ ହେଉଥିବା ବେଳେ ମମତାଙ୍କ ଏଭଳି ବୟାନ ନିଆଁରେ ଘିଅ ଢାଳିବା ଭଳି ହୋଇଛି। ଅନ୍ୟପକ୍ଷରେ ସିଏଏକୁ ବିରୋଧରେ ଚାଲିଥିବା ଆନ୍ଦୋଳନ ଜାରି ରହିବା ଉଚିତ ବୋଲି ମଧ୍ୟ ମମତା କହିଛନ୍ତି। ବିଜେପି ସମର୍ଥକମାନେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଟୋପି ପିନ୍ଧି ହିଂସା କରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର