ପାକ୍‌ ମସ୍‌ଜିଦ୍‌ରେ ବିସ୍ଫୋରଣ, ୧୪ ମୃତ

ଇସ୍‌ଲାମାବାଦ: ପାକିସ୍ତାନର ଅଶାନ୍ତ ଅଂଚଳ ବାଲୁଚିସ୍ତାନର କ୍ବେଟା ସହରରେ ଆଜି ଏକ ମସ୍‌ଜିଦ୍‌ରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ସ୍ଥାନୀୟ ଆତଙ୍କବାଦୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି । ନିହତଙ୍କ ମଧ୍ୟରେ କେତେକ ସୁରକ୍ଷା କର୍ମୀ ମଧ୍ୟ ରହିଛନ୍ତି। ପ୍ରାର୍ଥନା ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଆହତମାନଙ୍କୁ କ୍ବେଟା ସିଭିଲ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର