ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସାଧାରଣତଃ ଜୁନ୍ ଶେଷ ସପ୍ତାହରେ ଅବା ଜୁଲାଇ ପ୍ରଥମ ସପ୍ତାହରେ ହୋଇଥାଏ। କିନ୍ତୁ କରୋନା ଭୂତାଣୁ ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ଏଥିରେ ବିଳମ୍ବ ଘଟିପାରେ।
ଏ ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ କୋଭିଡ୍-୧୯ର ଟେଷ୍ଟିଂ ସମୟ ଚାଲିଛି, ତଥାପି ଅଧିବେଶନ ସ୍ୱାଭାବିକ ସମୟରେ ହେବ। କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି, ଦୁଇଟି କ୍ରମାଗତ ଅଧିବେଶନ ମଧ୍ୟରେ ସର୍ବାଧିକ ୬ ମାସର ବ୍ୟବଧାନ ରହିପାରିବ। ତେଣୁ ମୌସୁମୀ ଅଧିବେଶନ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚିପାରେ। ଆପଣଙ୍କର ମନେ ଥାଇପାରେ ଏଇ ବିଶ୍ୱମହାମାରୀ କାରଣରୁ ବଜେଟ୍ ଅଧିବେଶନକୁ ସମୟ ସୀମା ପୂର୍ବରୁ ମାର୍ଚ ୨୩ରେ ସାରିବାକୁ ପଡ଼ିଥିଲା। ଯେତେବେଳେ କି ନିର୍ଘଣ୍ଟ ଅନୁଯାୟୀ ଏପ୍ରିଲ୍ ୩ରେ ସରିବାର ଥିଲା।