କର୍ଣ୍ଣାଟକ ବିଭାଗ ବଣ୍ଟନ କନ୍ଦଳ ତୁଟିଲା

ଜେଡିଏସ୍‌କୁ ଅର୍ଥ, କଂଗ୍ରେସକୁ ଗୃହ ମନ୍ତ୍ରାଳୟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜେଡିଏସ ଏବଂ କଂଗ୍ରେସ ମେଣ୍ଟ ସରକାରରେ ବିଭାଗ ବଣ୍ଟନକୁ ନେଇ ଲାଗି ରହିଥିବା ତୀବ୍ର ବିବାଦର ଆଜି ପରିସମାପ୍ତି ଘଟିଛି। ଜେଡିଏସକୁ ଅର୍ଥ ବିଭାଗ ମିଳିଥିବା ବେଳେ କଂଗ୍ରେସକୁ ଗୃହ ବିଭାଗ ମିଳିବ ବୋଲି ଜଣାପଡ଼ିଛି। ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି ଏବଂ ଉଭୟ ଦଳ ଏହାକୁ ଗ୍ରହଣ କରିଛନ୍ତି। ବିଭାଗ ଆବଣ୍ଟନ ନେଇ ଗତକାଲିଠାରୁ ନୂଆଦିଲ୍ଲୀରେ ଉଭୟ କଂଗ୍ରେସ ଏବଂ ଜେଡିଏସ୍‌ ଦ୍ୱାରା ୫ ରାଉଣ୍ଡ୍‌ ଆଲୋଚନା ହୋଇସାରିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବେ ଆମେରିକାରେ ଥିବାବେଳେ ଫୋନ୍‌ ଯୋଗେ ସେ ନେତାମାନଙ୍କ ସହ କଥା ହୋଇଛନ୍ତି। ଜେଡିଏସ୍‌ ନେତା ଡାନିସ ଅଲି ଆଜି କହିଛନ୍ତି ଯେ ଉଭୟ କଂଗ୍ରେସ ଏବଂ ଜେଡିଏସ୍‌ ମଧ୍ୟରେ ବିଭାଗ ବଣ୍ଟନକୁ ନେଇ କୌଣସି ମତାନ୍ତର ନାହିିଁ ଏବଂ ଏବେ ନିଆଯାଇଥିବା ନିଷ୍ପତ୍ତିକୁ ଉଭୟ ପକ୍ଷ ଗ୍ରହଣ କରିବେ। କଂଗ୍ରେସକୁ ଗୃହ ଏବଂ ଜେଡିଏସ୍‌କୁ ଅର୍ଥ ବିଭାଗ ଦିଆଯିବାରେ ଉଭୟ ପକ୍ଷ ସନ୍ତୁଷ୍ଟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର