ନୂଆଦିଲ୍ଲୀ: ବିହାରରେ ଏନଡିଏ ଏବଂ ଏହାର ସହଯୋଗୀ ଦଳମାନେ ଆସନ ବୁଝାମଣା ରେ ପହଞ୍ଚିଛନ୍ତି । ବିଜେପି ସାଧାରଣ ସମ୍ପାଦକ ତଥା ବିହାର ପ୍ରଭାରୀ ବିନୋଦ ତାୱଡେ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ଜେଡିୟୁର ସଞ୍ଜୟ ଝା ଏବଂ ଏଲଜେପି (ଆର)ର ରାଜୁ ତିୱାରୀ ଆସନ ବୁଝାମଣା ଘୋଷଣା କରୁଛନ୍ତି। ରାଜ୍ୟରେ ବିଜେପି ୧୭ଟି ଆସନରେ ନିର୍ବାଚନ ଲଢ଼ିବ ଏବଂ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁ ୧୬ଟି ଆସନରେ ଲଢ଼ିବ। ଚିରାଗ ପାଶୱାନ, ଆରଏଲଏସପି ୫ଟି ଆସନରେ ପ୍ରାର୍ଥୀ ଦେବେ । ଉପେନ୍ଦ୍ର କୁଶୱାହାଙ୍କ ଦଳ ଆରଏଲଜେଡି ଗୋଟିଏ ଆସନରେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀଙ୍କ ହାମ ପାର୍ଟି ଗୋଟିଏ ଆସନରେ ନିର୍ବାଚନ ଲଢ଼ିବ।
ବିଜେପି ସାଧାରଣ ସମ୍ପାଦକ ତଥା ବିହାର ପ୍ରଭାରୀ ବିନୋଦ ତାୱଡେ ଏହି ଆସନ ଘୋଷଣା କରି କହିଛନ୍ତି ଯେ ଏନଡିଏ ମେଣ୍ଟ ଏକାଠି ନିର୍ବାଚନ ଲଢ଼ିବ। ଏନଡିଏର ସମସ୍ତ ଦଳ ବିହାରର ସମସ୍ତ ୪୦ଟି ଆସନରେ ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିବେ ଏବଂ ଜିତିବେ । ଅନ୍ୟପକ୍ଷରେ ବିହାରର ଡେପୁଟି ସିଏମ୍ ସମ୍ରାଟ ଚୌଧୁରୀ କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ ଆମେ ୩ଟି ଦଳ ଏକାଠି ଲଢ଼ିଥିଲୁ ଏବଂ ଏଥର ୫ଟି ଦଳ ଏକାଠି ନିର୍ବାଚନ ଲଢ଼ିବେ। ୨୦୨୪ରେ ୪୦ଟି ଆସନରୁ ୪୦ଟି ରେ ଜିତିବା ସଂକଳ୍ପ ନେଇ ଆମେ ନିର୍ବାଚନ କରିବାକୁ ଯାଉଛୁ।