ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ଦଳ ବିଜେପି, ଏନସିପି (ଅଜିତ ପାୱାର) ଏବଂ ଶିବସେନା (ସିନ୍ଦେ ଗୋଷ୍ଠୀ) ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ପାଇଁ ରାଜି ହୋଇଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର କହିଛନ୍ତି ଯେ ମହାୟୁତିରେ ଆସନ ବଣ୍ଟନ ନେଇ ନିଷ୍ପତ୍ତି ପ୍ରାୟ ନିଶ୍ଚିତ।

Advertisment

ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ଯେ 'ଆମେ ସମ୍ମାନଜନକ ଆସନ ପାଇଁ ଲଢ଼ିବୁ। ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଅଜିତ ପାୱାର ଏ ନେଇ ବୟାନ ଦେଇଛନ୍ତି। ଆସନ ବୁଝାମଣାରେ ମହାୟୁତିରେ କେଉଁ ଦଳକୁ ମିଳିବ କେତେ ଆସନ? ଏହା ମଧ୍ୟ ଦେଖିବାକୁ ଗୁରୁତ୍ୱପୂର୍ଣ୍ଣ ହେବ । ସେପଟେ ଅଜିତ ପାୱାରଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ମହାୟୁତି ନେତା ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଜିତ ପାୱାରଙ୍କ ଦଳ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ସୁନୀଲ ତଟକରେ । ତିନି ଦିନ ତଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ଆମେ ଏକ ସମନ୍ୱୟ କମିଟି ଗଠନ କରିଛୁ। ଦୁଇ ଦିନ ମଧ୍ୟରେ ସିଟ୍ ଆବଣ୍ଟନ ନେଇ ମଧ୍ୟ ଆଲୋଚନା ହେବ। ଆଲୋଚନା ଶେଷ ହେବା ପରେ ଆମେ ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ଦେବୁ। ମୁଁ ଯେତିକି ଜାଣିଛି, ଆସନ ବଣ୍ଟନକୁ ନେଇ କୌଣସି ମତଭେଦ ନାହିଁ। ନିର୍ବାଚିତ ହେବାର ସାମର୍ଥ୍ୟ ଆଧାରରେ ଆମେ ଏସବୁ ନିଷ୍ପତ୍ତି ନେବୁ।