ନୂଆଦିଲ୍ଲୀ: ସେବି ମୁଖ୍ୟ ମାଧବୀ ପୁରୀ ବୁଚଙ୍କ ନାଁରେ ହିଣ୍ଡେନବର୍ଗ ଆଣିଥିବା ସଙ୍ଗୀନ ଅଭିଯୋଗ ନେଲା ନୂଆମୋଡ଼। ନିଜର ପକ୍ଷ ରଖି ମାଧବୀ ଦୁଇ ପୃଷ୍ଠାର ପ୍ରତିକ୍ରିୟା ଜାରି କରିଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସେ ଗୋଟି ଗୋଟି କରି ଜବାବ ରଖିଥିଲେ।

Advertisment

ରବିବାର ରାତିରେ ହିଣ୍ଡେନବର୍ଗ ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ମାଧବୀଙ୍କ ଉପରେ ଆକ୍ରମଣକୁ ଶାଣିତ କରିବା ସହ ଆହୁରି ଅନେକ ପ୍ରଶ୍ନ ପଚାରିଛି। ସେବି ମୁଖ୍ୟ ଦେଇଥିବା ଉତ୍ତର ଉପରେ ପ୍ରତିକ୍ରିୟା ରଖି ହିଣ୍ଡେନବର୍ଗ ପକ୍ଷରୁ କୁହାଯାଇଛି ଯେ ନିଜ ପ୍ରତିକ୍ରିୟାରେ ସେବି ମୁଖ୍ୟ ଅନେକ କଥା ସ୍ୱୀକାର କରିଛନ୍ତି। ମାଧବୀ ଜାରି କରିଥିବା ଦୁଇ ପୃଷ୍ଠାର ପ୍ରତିକ୍ରିୟାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ବନ୍ଧୁ ଫଣ୍ଡ ପରିଚାଳନା କରୁଥିବା ସେ ମାନିଛନ୍ତି ବୋଲି ହିଣ୍ଡେନବର୍ଗ ନିଜ ପୋଷ୍ଟରେ ଉଲ୍ଲେଖ କରିଛି। ସେହି ସମୟରେ ତାଙ୍କ ସ୍ୱାମୀ ଆଦାନୀ କମ୍ପାନୀରେ ନିର୍ଦ୍ଦେଶକ ଥିଲେ। ବୁଚ୍ ନିଜେ ଭାରତ ଓ ସିଙ୍ଗାପୁରରେ ଦୁଇଟି କନସଲଟିଂ କମ୍ପାନୀ ଗଠନ କରିଥିଲେ। ଯାହା ୨୦୧୭ରେ ସେ ସେବି ମୁଖ୍ୟ ହେବା ପରେ ନିଷ୍କ୍ରିୟ ହୋଇଯାଇଥିଲା। ୨୦୧୯ରେ ସେହି ଦୁଇ କମ୍ପାନୀର ମଙ୍ଗ ସମ୍ଭାଳିଥିଲେ ତାଙ୍କ ସ୍ୱାମୀ। ଭାରତ କମ୍ପାନୀରେ ଏହି ତାଙ୍କର ୯୯ପ୍ରତିଶତ ସେୟାର ଥିବା ବେଳେ ସିଙ୍ଗାପୁର କମ୍ପାନୀରେ ସେ ୧୦୦ ପ୍ରତିଶତ ପାର୍ଟନର ରହିଥିଲେ। ସେବିରେ କାର୍ୟ୍ୟ କରୁଥିବା ସମୟରେ ସେ ମାଧବୀ ନିଜ ସ୍ୱାମୀଙ୍କ ନାମରେ ବିଭିନ୍ନ କାରବାରରେ ଜଡ଼ିତ ଥିଲେ। ତାଙ୍କ କମ୍ପାନୀ ଯେଉଁ କ୍ଲାଏଣ୍ଟ ମାନଙ୍କୁ ସେବା ପ୍ରଦାନ କରୁଥିଲା, ସେଗୁଡ଼ିକ ସେବି ନିୟନ୍ତ୍ରଣରେ ଅଛି କି ହିଣ୍ଡେନବର୍ଗ ମାଧବୀଙ୍କୁ ପ୍ରଶ୍ନ କରିଛି।