ଭାରତରେ କରୋନାଭାଇରସ୍‌ ସଂକ୍ରମଣଜନିତ ଦ୍ୱିତୀୟ ମୃତ୍ୟୁ

ନୂଆଦିଲ୍ଲୀ: କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ଦିଲ୍ଲୀର ଜଣେ ମହିଳାଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ଭାରତରେ ଏହା ହେଉଛି କରୋନାଭାଇରସ୍‌ ସଂକ୍ରମଣଜନିତ ଦ୍ୱିତୀୟ ମୃତ୍ୟୁ ଘଟଣା। ନିକଟରେ ଏହି ୬୮ ବର୍ଷୀୟ ମହିଳାଙ୍କ ପୁଅ ଇଉରୋପ୍‌ରୁ ଫେରିଥିଲେ। ତାଙ୍କ ଦେହରେ କରୋନାଭାଇରସ୍‌ ସଂକ୍ରମଣ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା।

ଦିଲ୍ଲୀର ରାମ ମନୋହର ଲୋହିଆ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା।

Image Source: Zee News

ଏ ସଂକ୍ରାନ୍ତରେ ଗତ ବିଳମ୍ବିତ ରାତ୍ରୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ ପଶ୍ଚିମ ଦିଲ୍ଲୀର ଜଣେ ୬୮ ବର୍ଷୀୟ ମହିଳାଙ୍କର ଡାଇବେଟିସ୍‌ ଏବଂ ହାଇପର୍‌ଟେନ୍‌ସନ୍‌ କାରଣରୁ ମୃତ୍ୟୁ ଘଟିଛି। କିନ୍ତୁ, ସେ ‘କୋଭିଡ୍‌-୧୯’ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଆଗରୁ, ମାର୍ଚ ୧୦ ତାରିଖ ଦିନ ଉତ୍ତର କର୍ଣ୍ଣାଟକର କାଲାବୁରାଗି ଠାରେ ‘କୋଭିଡ୍‌-୧୯’ ଲକ୍ଷଣ ଥିବା ଜଣେ ୭୬ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ନମୁନାର ପରୀକ୍ଷା ଫଳ ବାହାରିବା ପରେ ସେ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିଥିଲା। ସେ ସାଉଦି ଆରବ ଯାଇଥିଲେ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ବିଶ୍ୱର ପ୍ରାୟ ୧୧୭ଟି ଦେଶକୁ ବ୍ୟାପିଯାଇଥିବା କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ୫୦୦୦ରୁ ଅଧିକ ଲୋକଙ୍କର ପ୍ରାଣହାନୀ ଘଟିଲାଣି।

ସମ୍ବନ୍ଧିତ ଖବର