ଦ୍ବିତୀୟ ଦିନ‌ରେ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀଙ୍କ ଧାରଣା: ଆଲୋଚନା ପାଇଁ ଡାକିଲେ ବେଦୀ

ପୁଡ଼ୁଚେରୀ: ଦିଲ୍ଲୀ ପରେ ଏବେ ପୁଡ଼ୁଚେରୀରେ କଂଗ୍ରେସ ସରକାର ଏବଂ ଉପରାଜ୍ୟପାଳ କିରଣ ବେଦୀଙ୍କ ମଧ୍ୟ‌ରେ କ୍ଷମତା ଯୁଦ୍ଧ ଆରମ୍ଭ ହୋଇଯାଇଛି। ମୋଟର ଚାଳକଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ ନିୟମକୁ ବିରୋଧ କରି ଗତକାଲିଠାରୁ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ କେ. ନାରାୟଣସ୍ବାମୀଙ୍କ ଆରମ୍ଭ କରିଥିବା ଧାରଣା ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ନାରାୟଣସାମୀଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଗତକାଲି ରାଜଭବନ ବାହାରେ ସାରା ରାତି ଧାରଣା ଦେଇଥିଲେ। ହେଲମେଟ୍‌ ପ୍ରସଙ୍ଗ ବ୍ୟତୀତ ଏକ ମାଗଣା ଚାଉଳ ଯୋଜନା ସମେତ ୩୯ଟି ସରକାରୀ ଯୋଜନାକୁ ଉପରାଜ୍ୟପାଳଙ୍କ ମଂଜୁରି ଦାବିରେ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଧାରଣାରେ ବସିଥିବା ବେଳେ ଏହ‌ା ସମ୍ପୂର୍ଣ୍ଣ ବେଆଇନ ବୋଲି କିରଣ ବେଦୀ କଡ଼ା ସମାଲୋଚନା କରି କହିଛନ୍ତି। ତେବେ ଆସନ୍ତା ୨୧ ତାରିଖରେ ଏ ସମ୍ପର୍କରେ ଆଲୋଚନା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଡାକିଛନ୍ତି।

ସମ୍ବନ୍ଧିତ ଖବର