ଦ୍ବିତୀୟ ସ୍ବଦେଶୀ ସର୍ଭେ ଜାହାଜ ଆଇଏନ୍‌ଏସ୍‌ ନିର୍ଦ୍ଦେଶକ ନୌବାହିନୀରେ ସାମିଲ

ଚେନ୍ନାଇ : ଗାର୍ଡେନ ରିଚ୍ ସିପ୍‌ବିଲ୍‌ଡର୍ସ ଆଣ୍ଡ୍ ଇଂଜିନିୟର୍ସ (ଜିଆର୍‌ଏସ୍‌ଇ) ଦ୍ବାରା ନିର୍ମିତ ଚାରିଟି ସର୍ଭେ ଜାହାଜ ମଧ୍ୟରୁ ଦ୍ବିତୀୟ ଆଇଏନ୍‌ଏସ୍ ନିର୍ଦ୍ଦେଶକ ନୌବାହିନୀରେ ସାମିଲ ହୋଇଛି। ଏହା ପୂର୍ବରୁ ଏକା ନାମରେ ଥିବା ସର୍ଭେ ଜାହାଜ ଅନୁସାରେ ଏହାର ନାମକରଣ ହୋଇଛି। ପୂର୍ବର ଜାହାଜଟି ୧୯୮୩ରେ ଜିଆର୍‌ଏସ୍‌ଇ ଦ୍ବାରା ନିର୍ମିତ ହୋଇଥିଲା ଏବଂ ଏହାକୁ ୨୦୧୪ରେ ଭାରତୀୟ ନେଭିରୁ ସେବାନିବୃତ୍ତ କରାଯାଇଥିଲା। ନୂତନ ସର୍ଭେ ଜାହାଜକୁ ଚେନ୍ନାଇ ନିକଟସ୍ଥ କାଟୁପାଲିଠାରେ ଲଞ୍ଚ୍ କରାଯାଇଛି। ଏହା ପୂର୍ବରୁ ପ୍ରଥମ ସର୍ଭେ ଜାହାଜ ଆଇଏନ୍‌ଏସ୍ ସନ୍ଧାୟକକୁ ଗତବର୍ଷ ଡିସେମ୍ବର ୫ ତାରିଖରେ ନୌବାହିନୀରେ ସାମିଲ କରାଯାଇଥିଲା।

ସମ୍ବନ୍ଧିତ ଖବର