ନୂଆଦିଲ୍ଲୀ: ଦେଶର ୫୪୩ଟି ଲୋକସଭା ଆସନ ମଧ୍ୟରୁ ୧୦୨ଟି ପାଇଁ ଶୁକ୍ରବାର ଦିନ ଭୋଟ୍ ଦେବା ସହିତ ନିର୍ବାଚନ ଆରମ୍ଭ ହୋଇଛି। ବର୍ତ୍ତମାନ ୨୬ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଲୋକସଭାର ଦ୍ୱିତୀୟ ପର୍ଯ୍ୟାୟରେ ୧୨ ଟି ରାଜ୍ୟରେ ମୋଟ ୮୮ ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ଯେଉଁ ରାଜ୍ୟରେ ମତଦାନ ହେବ। ସେଗୁଡିକ ମଧ୍ୟରେ ଛତିଶଗଡ, କର୍ଣ୍ଣାଟକ, କେରଳ, ଆସାମ, ବିହାର, ମଣିପୁର, ରାଜସ୍ଥାନ, ତ୍ରିପୁରା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ କଶ୍ମୀର ଅନ୍ତର୍ଭୁକ୍ତ।

Advertisment

ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆନି ରାଜା, ଶଶି ଥରୁର, ନବନୀତ ରାଣା, ଓମ ବିର୍ଲା, ହେମା ମାଳିନୀ, ଅରୁଣ ଗୋବିଲ ଏବଂ ପ୍ରହ୍ଲାଦ ଯୋଶୀଙ୍କ ଭଳି ଭେଟେରାନଙ୍କର ଭାଗ୍ୟ ପରୀକ୍ଷା ହେବ।

ନିର୍ବାଚନ ଘୋଷଣା ସମୟରେ ନିର୍ବାଚନ ଆୟୋଗ ଦ୍ୱିତୀୟ ପର୍ଯ୍ୟାୟରେ ୮୯ ଟି ଆସନରେ ମତଦାନ କରିବାକୁ ଘୋଷଣା କରିଥିଲେ, କିନ୍ତୁ ମଧ୍ୟପ୍ରଦେଶର ବୈତୁଲ ଲୋକସଭା ଆସନରେ ବିଏସପି ପ୍ରାର୍ଥୀ ଅଶୋକ ଭାଲଭିଙ୍କ ମୃତ୍ୟୁ କାରଣରୁ ଏହି ଆସନ ମତଦାନ ସ୍ଥଗିତ ରଖାଯାଇଛି। ଫଳରେ ଦ୍ୱିତୀୟ ପର୍ଯ୍ୟାୟରେ କେବଳ ୮୮ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ।

୧୨ ଟି ରାଜ୍ୟରେ ୮୮ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ସେଥିମଧ୍ୟରେ
ଆସାମର କରିମଗଞ୍ଜ, ସିଲଚର, ମାଙ୍ଗାଲଦୋଇ, ନାଗାଓଁ ଏବଂ କାଲିବୋର ରହିଛି।

ସେହିପରି ବିହାରର କିଶନଗଞ୍ଜ, କଟିହାର, ପୂର୍ଣ୍ଣିଆ ଏବଂ ଭାଗଲପୁର ଅଛି।
ଛତିଶଗଡର ମହାସମୁଦ୍ର, କାଙ୍କେର, ରଜନାନ୍ଦଗାଓଁ।

କର୍ଣ୍ଣାଟକର ବେଲାରୀ, ହାଭେରୀ, ଧରୱାଡ, ଉତ୍ତର କନ୍ନଡ, ଦ‌ାଭଣଗେରେ, ଶିମୋଗା ଚିକକୋଡି, ବେଲଗାମ୍, ବାଗାଲକୋଟ, ବିଜାପୁର, ଗୁଲବର୍ଗ, ରାଇଚୁର, ବିଦର, କୋପ୍ପଲ ।
କେରଳର ଆଲାପୁଝା, ମାଭେଲିକ୍କାରା, ପଥାନାମଥିଟ୍ଟା, କୋଲ୍ଲମ, ଅଟ୍ଟିଙ୍ଗାଲ, ଥିରୁଭାନନ୍ତପୁରମ୍, କାସରାଗୋଡ, କନ୍ନୁର, ଭଡ଼କ‌େରା, ୱାୟନାଡ, କୋଝିକୋଡେ, ମାଲାପୁରମ୍, ପୋନ୍ନନି, ପାଲକ୍କଡ, ଆଲାଥୁର, ଥ୍ରୀସୁର, ଚାଲାକୁଡି, ଏର୍ନାକୁଲମ, ଇଡୁକ୍କି, କୋଟ୍ଟାୟମ ରହିଛି।

ମଧ୍ୟପ୍ରଦେଶର ଦାମୋହ, ଖଜୁରାହୋ, ସତନା, ଟିକମଗଡ, ରେୱା, ହୋଶଙ୍ଗାବାଦ।

ମହାରାଷ୍ଟ୍ରର ବୁଲଢ଼ାଣା, ଅକୋଲା, ୟଭତମାଲ ୱାଶିମ୍, ହିଙ୍ଗୋଲି, ନାନ୍ଦେଡ, ପାରଭନୀ, ଅମରାବତୀ, ୱର୍ଦ୍ଦା ଆସନ ରହିଛି।

ମଣିପୁରର ବାହ୍ୟ ମଣିପୁର ।

ରାଜସ୍ଥାନର ବାଡମେର, ଜାଲୋର, ଉଦୟପୁର, ବାଂଶୱାଡ଼ା, ଚିତ୍ତରଗଡ, ‌ଟୋଙ୍କ-ସାୱାଇ ମାଧୋପୁର, ଅଜମେର, ପାଲି, ଯୋଧପୁର, ରାଜସମନ୍ଦ, ଭିଲୱାରା, କୋଟା ଏବଂ ଝାଲାୱାଡ-ବାରାଂ ଲୋକସଭା ଆସନ ରହିଛି।

ରାହୁଲ ଗାନ୍ଧୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ କେରଳର ୱାୟନାଡ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିରୋଧରେ ସିପିଆଇର ଆନି ରାଜା ଏବଂ ଏନଡିଏର କେ ସୁରେନ୍ଦ୍ରନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଶଶି ଥରୁର: କଂଗ୍ରେସ ସାଂସଦ ଶଶି ଥରୁର ପୁଣିଥରେ କେରଳର ଥିରୁଭାନନ୍ତପୁରମ୍ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ବିଜେପି ତାଙ୍କ ବିରୋଧରେ ରାଜୀବ ଚନ୍ଦ୍ରଶେଖର ଏବଂ ବାମପନ୍ଥୀ ପାନିୟାନ ରବିନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି।

ନବନୀତ୍ ରାଣା: ନବନୀତ୍ ରାଣା ମହାରାଷ୍ଟ୍ରର ଅମରାବତୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।

ଓମ ବିର୍ଲା: ଲୋକସଭା ବାଚସ୍ପତି ଓମ ବିର୍ଲା ପୁଣି ରାଜସ୍ଥାନର କୋଟା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ତାଙ୍କ ବିରୋଧରେ ପ୍ରହ୍ଲାଦ ଗୁଞ୍ଜଲଙ୍କୁ ପ୍ରାର୍ଥୀ କରିଛି।

ମହେଶ ଶର୍ମା: ସମାଜବାଦୀ ପାର୍ଟିର ମହେନ୍ଦ୍ର ସିଂ ନାଗର ଏବଂ ବିଏସପିର ରାଜେନ୍ଦ୍ର ସିଂ ସୋଲଙ୍କି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଲୋକସଭା ଆସନରେ ବିଜେପିର ମହେଶ ଶର୍ମାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ହେମା ମାଳିନୀ: ମଥୁରା ଲୋକସଭା ଆସନରୁ କଂଗ୍ରେସର ମୁକେଶ ଧଙ୍ଗର ଅଭିନେତ୍ରୀ ତଥା ସିଟିଂ ସାଂସଦ ତଥା ବିଜେପି ପ୍ରାର୍ଥୀ ହେମା ମାଲିନିଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଅରୁଣ ଗୋବିଲ: ମିରଟ ଲୋକସଭା ଆସନରେ ସମାଜବାଦୀ ପାର୍ଟିର ଅତୁଲ ପ୍ରଧାନ ବିଜେପିର ଅରୁଣ ଗୋବିଲଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।