ଦ୍ବିତୀୟ ଷ୍ଟେଟ୍ ଅଫ୍ ୟୁନିୟନ ଉଦ୍‌ବୋଧନ: ଏକତା ପାଇଁ ବାଇଡେନଙ୍କ ଆହ୍ବାନ

ଚୀନ୍‌କୁ ଚେତାବନୀ: ଆମ ସୁରକ୍ଷାରେ ପ୍ରତିବନ୍ଧକ ହୁଅନାହିଁ

ୱାସିଂଟନ : ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ଦ୍ବିତୀୟ ଷ୍ଟେଟ୍ ଅଫ୍ ୟୁନିୟନ ଭାଷଣରେ କଂଗ୍ରେସକୁ ଉଦ୍‌ବୋଧନ ଦେଇ ଏକତାସୂତ୍ରରେ ଦେଶକୁ ବାନ୍ଧିବା ଏବଂ ଦେଶର ଅର୍ଥନୀତିର ପୁନର୍ଗଠନ କରିବା ପାଇଁ ଆହ୍ବାନ ଦେଇଛନ୍ତି।

୭୩ ମିନିଟର ଭାଷଣରେ ବାଇଡେନ କହିଥିଲେ, ଦେଶ ବର୍ତ୍ତମାନ ଅନେକ ପ୍ରକାର ରାଜନୈତିକ ବିଭାଜନ ଓ ନକାରାତ୍ମକ ଚିନ୍ତାଧାରା ଦେଇ ଗତି କରୁଛି। ଏହାକୁ ଦୂର କରିବା ପାଇଁ ସମସ୍ତେ ଐକ୍ୟସୂତ୍ରରେ ବାନ୍ଧିହେବା ଦରକାର। ସେ ଯେତେବେଳେ ଦୁଇବର୍ଷ ତଳେ ଦାୟିତ୍ବ ନେଲେ ସେତେବେଳେ ଦେଶର ଅର୍ଥନୈତିକ ଅବସ୍ଥା ଖରାପ ଥିଲା। ମହାମାରୀ ଅବସ୍ଥାକୁ ଆହୁରି ବିଗାଡ଼ି ଦେଇଥିଲା। ଏଥିରୁ ଦେଶକୁ ଅଗ୍ରଗତିର ପଥରେ ନେବାକୁ ହେବ। ନୂଆ ନିଯୁକ୍ତି ସୃ‌ଷ୍ଟି କରିବାକୁ ହେବ। ଆମେରିକାର ଇତିହାସ ହେଉଛି ଉତ୍ଥାନର ଓ ଅଗ୍ରଗତିର ଇତିହାସ। ଏହାର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ମତପାର୍ଥକ୍ୟ ଭୁଲି ସମେସ୍ତ ଦେଶଗଠନରେ ଏକଜୁଟ ହେବା ପାଇଁ ବାଇଡେନ ଆହ୍ବାନ ଦେଇଥିଲେ। ଏହି ଅବସରରେ ବାଇଡେନ ଚୀନ୍‌କୁ ମଧ୍ୟ ଚେତାବନୀ ଶୁଣାଇଥିଲେ। କେହି ଆମେରିକାର ସୁରକ୍ଷା ପାଇଁ ବିପଦର କାରଣ ହେଲେ କିମ୍ବା ଆମ ସୁରକ୍ଷାରେ ପ୍ରତିବନ୍ଧକ ସୃଷ୍ଟି କଲେ ଆମେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ କହିଥିଲେ। ବାଇଡେନଙ୍କ ଉଦ୍‌ବୋଧନ ସମୟରେ ତାଙ୍କୁ ବିରୋଧ କରି ସଭାସ୍ଥଳରେ ସ୍ଲୋଗାନ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର