ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଭୟାନକ ରୂପ ନେଇଛି। ଏହି ଦ୍ବିତୀୟ ଲହର ସଂକ୍ରମଣ ପ୍ରଥମ ଲହରଠାରୁ ଅଧିକ ବିପଜ୍ଜନକ ହୋଇପାରେ ବୋଲି କୁହାଯାଉଛି। ଟିକାକରଣ ସତ୍ତ୍ବେ ପ୍ରଥମ ଲହରଠାରୁ ଦ୍ବିତୀୟ ଲହର ଅଧିକ ଭୟଙ୍କର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଗୁରୁବାର ଦେଶରେ ୫୯ ହଜାରରୁ ଅଧିକ ସଂକ୍ରମଣ ମାମଲା ରହିଛି। ଏହା ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ। ଲଗାତାର ୧୬ ଦିନ ଧରି ଦେଶରେ ସଂକ୍ରମଣ ବଢ଼ୁଛି। ଯଦି ଏହିଭଳି ହାରରେ ଦେଶରେ ସଂକ୍ରମଣ ବଢ଼େ ତେବେ ଆଗକୁ ଅତି ଜଟିଳ ସ୍ଥିତି ଉପୁଯିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି କହିଛନ୍ତି, ଦ୍ବିତୀୟ ଲହରକୁ ଆମେ ସଫଳତାର ସହ ମୁକାବିଲା କରିପାରିବା। ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ୁଛି ଏବଂ ଆମେ ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରୁଛୁ। ତେବେ ବର୍ତ୍ତମାନ ସବୁ ସୁବିଧା ଉପଲବ୍ଧ ଥିବାରୁ ଦ୍ବିତୀୟ ଲହରକୁ ମୁକାବିଲା କରିହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଟିକାକରଣ ପ୍ରକ୍ରିୟା ଆଗକୁ ଆହୁରି ବ୍ୟାପକ ହେବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ଛତିଶଗଡ଼ ଏବଂ ଚଣ୍ଡିଗଡ଼ରେ ସଂକ୍ରମଣ ବଢ଼ିବାରୁ ଏହି ୨ ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ଟିମ୍ ପଠାଯାଇଛି।
ଦ୍ବିତୀୟ ଲହର ଅଧିକ ବିପଜ୍ଜନକ ହୋଇପାରେ, ମୁକାବିଲା ପାଇଁ ଦେଶ ସକ୍ଷମ: ସ୍ବାସ୍ଥ୍ୟ ମନ୍ତ୍ରୀ
/sambad/media/post_attachments/wp-content/uploads/2021/03/Second-Covid-Wave-More-Dangoureos_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)